ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ୨ ଯୁବକ , ସାଇକେଲରେ ଯାତ୍ରା କଲେ କେନ୍ଦ୍ରାପଡ଼ାରୁ ଦେଓମାଳି

ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ରାପଡାର ୨ ଜଣ ଯୁବକ ଘରୁ ପାଦ କାଢ଼ିଛନ୍ତି । ସାଇକେଲରେ ଯାତ୍ରା କରି ଦୁଇ ଜଣ ଯୁବକ କୋରାପୁଟର ଦେଓମାଳିରେ ପହଞ୍ଚିଛନ୍ତି ।

କୋରାପୁଟ (କେନ୍ୟୁଜ): ସାଇକେଲରେ ଯାତ୍ରା କରିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । ଯଦି ରାସ୍ତାରେ ପାହାଡ଼ ପର୍ବତ ଘେରା ରାସ୍ତା ମିଳିଯାଏ ତେବେ କଥା ଅଲଗା । ତେବେ ଦୁଇ ଜଣ ଯୁବକ ସାଇକେଲରେ ଯାତ୍ରା କରି ପହଞ୍ଚିଛନ୍ତି ଦେଉମାଳିରେ । ପରିବେଶକୁ କିପରି ବଞ୍ଚାଇ ହେବ ଏବଂ ଅଧିକ ଗଛ ଲଗାଇ କେମିତି ପୃଥିବୀକୁ ସୁରକ୍ଷା ଦେଇ ହେବ ସେହି ଚିନ୍ତା ନେଇ ଘରୁ ବାହାରିଛନ୍ତି ।

ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ରାପଡାର ୨ ଜଣ ଯୁବକ ଘରୁ ପାଦ କାଢ଼ିଛନ୍ତି । ସାଇକେଲରେ ଯାତ୍ରା କରି ଦୁଇ ଜଣ ଯୁବକ କୋରାପୁଟର ଦେଓମାଳିରେ ପହଞ୍ଚିଛନ୍ତି । ପରିବେଶର ସୁରକ୍ଷା ଉଦ୍ଦେଶ୍ୟରେ ଦେଓମାଳିରେ ଗଛ ରୋପଣ କରିବାକୁ ମନସ୍ଥ କରିଛନ୍ତି । ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇ ତାର ଯତ୍ନ ନେବାକୁ ମଧ୍ୟ ଉତ୍ସାହିତ କରିବାକୁ ଉଦ୍ୟମ କରୁଛନ୍ତି ୨ ଯୁବକ । ସାଇକେଲ ଯୋଗେ କେନ୍ଦ୍ରାପଡାରୁ ଦେଓମାଳିରେ ପହଞ୍ଚିଛନ୍ତି ଏମାନେ । ଦେଓମାଳିରେ ପହଞ୍ଚିବାକୁ ଏମାନଙ୍କୁ ୭ ଦିନ ସମୟ ଲାଗିଥିବା କହିଛନ୍ତି ।

ଜଙ୍ଗଲ ପାହାଡ ଘେରା କୋରାପୁଟ ଜିଲ୍ଲାର ନଦୀ ,ଝରଣା ସହ ମନଲୋଭା ପ୍ରାକୃତିକ ପରିବେଶରେ ଅଭିଭୁତ ହୋଇପଡିଛନ୍ତି କେନ୍ଦ୍ରାପଡାର ୨ ଯୁବକ । ବ୍ୟାପକ ଜଙ୍ଗଲ ଧ୍ବଂସ ହେଉଥବାରୁ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଏମାନେ । ପାଗରେ ପରିବର୍ତ୍ତନ ହେଉଛି ତେଣୁ ଦିନକୁ ଦିନ ଅଧିକ ଗରମ ଅନୁଭୁତ ହେଉଛି । ବର୍ତ୍ତମାନ ବିଶ୍ବ ଏତେ ଉତ୍ତପ୍ତ ହୋଇଗଲାଣି ଯେ ଖରାଦିନେ ବଞ୍ଚିବା ମୁସ୍କିଲ ହୋଇପଡ଼ୁଛି । ଏହାକୁ ଗ୍ଲୋବାଲ ୱ୍ବାର୍ମିଁ କୁହାଯାଉଛି । ଜଙ୍ଗଲକୁ କାଟି ସଫା କରାଯାଉଛି ଫଳରେ ପ୍ରକୃତିରେ ପରିବର୍ତ୍ତନ ଘଟୁଛି । ବର୍ଷା ଠିକ ସମୟରେ ହେଉନି, ଖରାଦିନେ ଅଧିକ ଗରମ ହେଉଛି । ଏସବୁକୁ ନଜରରେ ରଖି ଦୁଇ ଜଣ ଯୁବକ ବୃକ୍ଷରୋପଣ ଉଦ୍ଦେଶ୍ୟ ନେଇ ସୁଦୂର ଦେଉମାଳିରେ ପହଞ୍ଚିଛନ୍ତି ।

ବୃକ୍ଷର ଯତ୍ନ ନେବା ସହ ବ୍ୟାପକ ବୃକ୍ଷ ରୋପଣ କରିବା ଓ ଜଙ୍ଗଲର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ପାରିଲେ ପରିବେଶ ସୁରକ୍ଷିତ ହୋଇପାରିବ । ଏଥି ସହ ଧିରେ ଧିରେ ଗରମ କମିବ ବୋଲି ଏ ଦୁଇ ଜଣ ଯୁବକ କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ କି ଯୋଡ଼ିଏ ଗଛ ଲଗାଇ ତାର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.