ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟ୍‌କା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା କେ. କବିତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ନିମ୍ନ ଅଦାଲତଙ୍କ ନିକଟକୁ ଯିବା ପାଇଁ କହିଛନ୍ତି ।

ସୁପ୍ରିମକୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା କେ. କବିତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି । ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ଏମ୍‌. ଏମ୍‌. ସୁନ୍ଦରେଶ ଏବଂ ଜଷ୍ଟିସ୍‌ ବେଲା ଏମ୍‌. ତ୍ରିବେଦୀଙ୍କ ବେଞ୍ଚ ତାଙ୍କୁ ନିମ୍ନ ଅଦାଲତଙ୍କ ନିକଟକୁ ଯିବା ପାଇଁ କହିଛନ୍ତି ।

ସୁପ୍ରିମ୍‌କୋର୍ଟଙ୍କ କହିବା ହେଲା, ବିଆର୍‌ଏସ୍‌ ନେତା ଜାମିନ୍‌ ପାଇଁ ଟ୍ରାଏଲ୍‌ କୋର୍ଟ ଯାଇପାରିବେ କିମ୍ବା ଅନ୍ୟ କୌଣସି ଉପାୟର ସାହାରା ନେଇପାରିବେ । ଏହା ସହିତ ସୁପ୍ରିମ୍‌କୋର୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ ତାଙ୍କ ନୀତି ସମସ୍ତଙ୍କ ପାଇଁ ସମାନ । କାହାକୁ ଏହି ଆଧାରରେ ଜାମିନ୍‌ ପାଇଁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟ ପାଖକୁ ଯିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ।

ବେଞ୍ଚ କହିଛନ୍ତି ଯେ PMLAର ନିୟମକୁ ଚ୍ୟାଲେଞ୍ଜ କରୁଥିବା କବିତାଙ୍କ ଆବେଦନକୁ ନେଇ କୋର୍ଟ ଇଡିକୁ ନୋଟିସ୍ ଜାରି କରୁଛନ୍ତି ଏବଂ ୬ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କହୁଛନ୍ତି । ସୂଚନାଥାଉ କି, ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ମାର୍ଚ୍ଚ ୧୫ରେ ଗିରଫ କରାଯାଇଥିଲା । ତାଙ୍କୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.