Below header

ରାଜଧାନୀରେ ନକଲି ଘିଅ କାରବାର, ଠାବ ହେଲା କାରଖାନା

କଟକ( କେନ୍ୟୁଜ୍‌) :  ନକଲି ଘିଅ କାରବାରକୁ ନେଇ ରାଜଧାନୀବାସୀ ଏବେ ଆତଙ୍କିତ । କଟକ ପରେ ଏବେ ଭୁବନେଶ୍ୱରରେ ଠାବ ହୋଇଛି ନକଲି ଘିଅ କାରଖାନା । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ପୋଲିସ ଚଢ଼ଉ କରି ଠାବ କରିଛି ବିଭିନ୍ନ କମ୍ପାନୀର ବିପୁଳ ପରିମାଣର ନକଲି ଘିଅ ଓ ଘିଅ ପ୍ରସ୍ତୁତ ପାଇଁ ଥିବା କଞ୍ଚାମାଲ୍‌ ।

ଘିଅ କମ୍ପାନୀର ମାଲିକ ଅଭିମନ୍ୟୁ ପୃଷ୍ଟିକୁ ଅଟକ ରଖ୍ ପଚରାଉଚରା କରୁଛି ପୋଲିସ । ବିଭିନ୍ନ ବ୍ରାଣ୍ଡର ଏହିସବୁ ନକଲି ଘିଅ ଖୁଲମ୍‌ଖୋଲା ବିକ୍ରି ହେଉଥିଲା ରାଜଧାନୀରେ । ଭୁବନେଶ୍ୱରରେ ବିଭିନ୍ନ ଘିଅ କାରଖାନା ପାଇଁ ଟ୍ରେଡ୍‌ ଲାଇସେନ୍ସ ନଥିବା ବେଳେ ଘିଅରେ ଏକ୍ସପାରୀ ଡେଟ ବି ଲେଖା ଯାଉନଥିବା ଜଣାଯାଇଛି ।

ଫୁଡ ସେଫ୍ଟି ଅଧିକାରୀ ପହଞ୍ଚ ଏହିସବୁର ତଦନ୍ତ ଆରମ୍ଭ କରିଛନ୍ତି । ନକଲି ଘିଅର ସାମ୍ପୁଲ ଟେଷ୍ଟ ପାଇଁ ପଠା ଯାଇଛି । କେବେଠାରୁ ଏହି ଘିଅ ରାଜଧାନୀ ମାର୍କେଟରେ ବିକ୍ରି ହେଉଛି ଏହାର ତଦନ୍ତ କରୁଛି ପୋଲିସ । ପୂଜା ପାଇଁ ଏହି ସବୁ ଘିଅ ପ୍ରସ୍ତୁତ ହେଉଥିବା ନେଇ କହିଛନ୍ତି ନକଲି ଘିଅ କାରଖାନାର ମାଲିକ । ତେବେ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.