ନିଜ ଅଞ୍ଚଳବାସୀଙ୍କୁ ବି ଛାଡିନି ନକଲି ଡାକ୍ତର ରମେଶ ସ୍ୱାଇଁ: ଜଣେ ବେପାରୀଙ୍କୁ ଚୂନ ଲଗାଇଛି ୩୮ ହଜାରରୁ ଅଧିକ ଟଙ୍କା

ମାର୍ଶାଘାଇ(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାରେ ଯୋଡି ହୋଇଛି ଆଉ ଏକ ଫର୍ଦ । ନିଜ ଅଞ୍ଚଳବାସୀଙ୍କୁ ଚୂନ ଲଗାଇଛି ରମେଶ । ସାବତ ଭାଇ ସନ୍ତୋଷ ସ୍ୱାଇଁଙ୍କ ସହ ମିଶି କୁକୁଡା ଫାର୍ମ କରିଥିଲେ । କୁକୁଡା ଦାନା ବେପାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏନେଇ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି କୁକୁଡା ଦାନା ବେପାରୀ ।

ଅଭିଯୋଗ ଅନୁଯାୟୀ, ରାକେଶ ବେହେରା ନାମକ ଜଣେ ବେପାରୀଙ୍କ ଠାରୁ ୧୩ ମାସ ତଳେ ରମେଶ ସ୍ୱାଇଁ ଓ ତାଙ୍କ ଭାଇ ସନ୍ତୋଷ ସ୍ୱାଇଁ ୩୮ ହଜାର ୫୦୦ ଟଙ୍କାର କୁକୁଡା ଦାନ ବାକିରେ ଆଣିଥିଲେ । ଏପର୍ଯ୍ୟନ୍ତ ଟଙ୍କା ଦେଇନାହାନ୍ତି । ପୂର୍ବରୁ ରମେଶ ଏକ ଚେକ୍‌ ପଠାଇଥିଲେ । ହେଲେ ତାହା ବ୍ୟାଙ୍କରେ ଅଚଳ ହୋଇଯାଇଥିଲା । ଏପରିକି ରାକେଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯୦ ଟଙ୍କା କଟିଯାଇଥିଲା । ଠକେଇର ଶିକାର ହେବା ପରେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ରାକେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.