ପୁଣି ଜଣେ ରସିକିଆ ଡାକ୍ତର ଗିରଫ, ମିଛ କହି ୩ ଜଣଙ୍କୁ କରିଥିଲେ ବିବାହ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଏକ ଡାକ୍ତର ଗିରଫ । ପାହାଳରେ ଏକ ଘରୋଇ ଡାକ୍ତର ଖାନାରେ ରୋଗୀ ଦେଖୁଥିବା ବେଳେ ବାନ୍ଧିଲା ମହିଳା ଥାନା ପୋଲିସ । ମିଛ କହି ଏକାଧିକ ଝିଅଙ୍କୁ ବିବାହ କରିଥିଲେ ଆଶିଷ । ତୃତୀୟ ପତ୍ନୀର ଅଭିଯୋଗ ଆଧାରରେ ବାନ୍ଧିଲା ପୋଲିସ । ଆଶିଷ କଟକ ବଡ଼ ମେଡ଼ିକାଲରେ ଡାକ୍ତର ଥିଲେ । ଆଶିଷକୁ ଏବେ ମହିଳା ଥାନା ପୋଲିସ ପଚରା ଉଚରା କରୁଛି । ମିଛ କହି ୩ ଜଣଙ୍କୁ ବିବାହ କରିଥିଲେ ଆଶିଷ ପଟ୍ଟନାୟକ । ମିଛ କହି ୩ ମହିଳାଙ୍କୁ ବିବାହ କରିଥିବା ନେଇ ଆଶିଷଙ୍କ ନାଁରେ ମହିଳା ଥାନାରେ ହୋଇଛି ମାମଲା । ଆଶିଷ ର ଡାକ୍ତରୀ କାଗଜ ପତ୍ରକୁ ଯାଞ୍ଚ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.