ଯାଜପୁରରେ ପୁଣି ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ, ମୋବାଇଲ ଛଡାଇଲେ ନିସ୍ତୁକ ପିଟିଲେ

ଯାଜପୁର (କେନ୍ୟୁଜ୍): ଯାଜପୁର ଜିଲ୍ଲା ବଡ଼ଚଣାରେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ । ଠେଲାପେଲା ଗାଳିଗୁଲଜ ସହ ମୋବାଇଲ ଓ ଟଙ୍କା ଛଡେଇ ନେଇ ମାଡ଼ ମାରିଥିବା ନେଇ ବଡ଼ଚଣା ଥାନାରେ ଅଭିଯୋଗ। ସୂଚନା ମୁତାବକ, ବଡ଼ଚଣା ଥାନା ବନ୍ଦାଳୋ ଗାଁରେ ପୋଖରୀର ପୁନଃଉଦ୍ଧାର ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଆଜି ଏକ ଟିଭି ଚ୍ୟାନେଲର ବଡ଼ଚଣା ପ୍ରତିନିଧି ପବିତ୍ର ସାମଲ ଓ ଓ୍ବେବ୍ ଚ୍ୟାନେଲର ସାମ୍ବାଦିକ ବିମଳ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ। ସାମ୍ବାଦିକମାନଙ୍କୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ।

ଆକ୍ରମଣ ସମୟର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆକ୍ରମଣରେ ସାମ୍ବାଦିକ ଦ୍ୱୟ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ଚଣା ପୁଲିସ ସାମ୍ବାଦିକଙ୍କ ଠାରୁ ଛଡାଇ ନେଇଥିବା ମୋବାଇଲକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ସ୍ଥାନୀୟ ବଡ଼ଚଣା ପ୍ରେମ ଫୋରମ୍ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.