ଆଜି ବି ଅନ୍ଧବିଶ୍ୱାସର ଗଳିରେ ମଣିଷ। ମୃତକଙ୍କୁ ଜୀବିତ କରିବା ପାଇଁ ଝଡାଫୁଙ୍କା। ସାପ କାମୁଡାରେ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପରିବାରଲୋକେ ଗୁଣିଆର ସାହାଯ୍ୟ ନେଇଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ଟାଲପାଲି ପଞ୍ଚାୟତ ଚାଙ୍ଗରିଆ ଗାଁରେ ଜଣେ ମହିଳା ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ମୃତକ ଜଣକ ସପ୍ତଶିଳା ଭୋଇ । ପରିବାରଲୋକେ ମହିଳାଙ୍କୁ ପଦ୍ମପୁର ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାରଲୋକେ ମୃତଦେହ ସଂସ୍କାର କରିବା ପରିବର୍ତ୍ତେ ଜୀବିତ କରିବା ପାଇଁ ଝଡାଫୁଙ୍କାର ସାହାଯ୍ୟ ନେଇଥିଲେ। ଗୁଣିଆ ହସ୍ପିଟାଲ ଭିତରେ ପସି ଝଡାଫୁଙ୍କା କରିଥିବା ଅଭିଯୋଗ ହୋଇଛି।