ଢେଙ୍କାନାଳ ସରାଙ୍ଗ ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍‌ କାମ ଚାଲୁଥିବା ବେଳେ ହଠାତ୍ ଚାଲିଆସିଲା ପାଣି, ସମସ୍ତ ୧୧ ଶ୍ରମିକ ସୁରକ୍ଷିତ ସହ ଉଦ୍ଧାର

ଢେଙ୍କାନାଳ: ନଦୀରୁ ଉଦ୍ଧାର ହେଲେ ସମସ୍ତ ୧୧ ଶ୍ରମିକ । ଢେଙ୍କାନାଳ ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍‌ କାମ ଚାଲୁଥିବା ବେଳେ ନଦୀରେ ପାଣି ଆସିଯିବାରୁ ଶ୍ରମିକ ମାନେ ଫସି ଯାଇଥିଲେ । ସଂସ୍ଥାର ଦାୟିତ୍ୱ ହୀନତା ଯୋଗୁ ଶ୍ରମିକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ନଦୀରେ ପାଣି ଛଡାଯିବା ପୂର୍ବରୁ ଠିକାସଂସ୍ଥାକୁ ସମଲ ଡ୍ୟାମ କର୍ତ୍ତୁପକ୍ଷ ଅବଗତ କରାଇଥିଲେ । ଏହାପରେ ବି ଠିକାସଂସ୍ଥା ଶ୍ରମିକ ମାନଙ୍କୁ ରାତିରେ ସେଠାରେ ନିୟୋଜିତ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ସମସ୍ତ ଶ୍ରମିକଙ୍କୁ ଏକ କ୍ରେନ ଯୋଗେ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.