ସମଗରମ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ଡେରା ପକାଇଛନ୍ତି ବିଭିନ୍ନ ଦଳର ମାଳମାଳ ନେତା

ଝାରସୁଗୁଡା(କେନ୍ୟୁଜ୍):  ମଇଦାନରେ ଯୋଦ୍ଧା । ସମଗରମ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର । ଡେରା ପକାଇଛନ୍ତି ବିଭିନ୍ନ ଦଳର ମାଳମାଳ ନେତା । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଗାଁ ଠୁ ସହର । କମ୍ପୁଛି ବ୍ରଜରାଜନଗର ନିର୍ବାଚନଣ୍ଡଳୀ । ଷ୍ଟାର କ୍ୟାମ୍ପେନର ବି ମଙ୍ଗ ଧରିଲେଣି । ବିଜେଡିର ବ୍ଲୁ ପ୍ରିଣ୍ଟ ଅନୁସାରେ ଯେଉଁ ଯେଉଁ ନେତାଙ୍କୁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଛି, ସେମାନେ ସେ ଅଞ୍ଚଳରେ ପହଞ୍ଚି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ସ୍ୱଚ୍ଛ ଶାସନ କଥା କହି ଭୋଟ ମାଗୁଛନ୍ତି ବିଜେଡି ନେତା ଓ ମନ୍ତ୍ରୀ।।

ବିଜେପି ବି ପ୍ରଚାରକୁ ଜୋରଦାର କରିବା ପାଇଁ ଲକ୍ଷ୍ୟ ରଖିଛି। ଆଗକୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୪ କେନ୍ଦ୍ରମନ୍ତ୍ରୀ । ସେହିପରି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ପ୍ରମୁଖ ନେତୃତ୍ୱ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେହିପରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତାଙ୍କୁ ପ୍ରଚାରକୁ ଓହ୍ଲାଇବା ପାଇଁ କଂଗ୍ରେସ ମଧ୍ୟ ଯୋଜନା କରିଛି।

୩ଜଣଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସବୁ ଦଳ ଫୋକସରେ ରହିଛି ଏବେ ବ୍ରଜରାଜନଗର ଉପ ନିର୍ବାଚନ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତିନି ପ୍ରମୁଖ ଦଳ ପାଇଁ ଏହା ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି। ପଶ୍ଚିମ ଓଡ଼ିଶାରେ କାହାର କେତେ ଦବଦବା ତାହା ଫଳାଫଳରୁ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.