ତିନି ରଥରେ ବିଜେ ହେଲେ ତିନି ଠାକୁର, ଗୁଣ୍ଡିଚା ଘରକୁ ଯାତ୍ରା ଲାଗି ପ୍ରସ୍ତୁତ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଚଳଚଞ୍ଚଳ ବଡ଼ଦାଣ୍ଡ। ପବିତ୍ର ରଥଯାତ୍ରା ଅବସରରେ ତିନି ଠାକୁର ବଡ଼ଦାଣ୍ଡରେ ଯାତ୍ରା କରିବେ। ବର୍ତ୍ତମାନ ତିନି ଠାକୁରଙ୍କ ପହଣ୍ଡି ସରି ରଥାରୂଢ଼ ହୋଇସାରିଛନ୍ତି । କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।

baladevଏହାପରେ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନ ମୋହନ ବିଜେ, ସାଢ଼େ ୧୦ଟାରୁ ୧୧ଟା ଚିତା ଲାଗି,୧୧ଟାରୁ ସାଢ଼େ ୧୧ଟା ଭିତରେ ବେଶ ଶେଷ, ତାପରେ ଚାରମାଳ ଫିଟା, ଘୋଡ଼ଲାଗି ଓ ସାରଥୀ ଲାଗିବା ଓ ଛେରା ପହଁରା ଅନୁଷ୍ଠିତ ହେବ। ଏହାପରେ
ରଥଟଣା ଆରମ୍ଭ ହେବ।

jagannathପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ଏହାପରେ ତାଳଧ୍ୱଜ ରଥରେ ରଥାରୁଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ସମସ୍ତ ନୀତି ସରିବା ପରେ ତିନି ଠାକୁରଙ୍କ ରଥଟଣା ଆରମ୍ଭ ହେବ ଓ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବାର ସମୟ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.