ଯୁବତୀଙ୍କୁ ଅପହରଣ ଅଭିଯୋଗ; ଦୀର୍ଘ ୩ ଦିନ ପରେ ମାମଲା ରୁଜୁ କଲା ପୋଲିସ ଏଯାଏଁ ଅପହୃତାଙ୍କ ମିଳୁନାହିଁ ପତ୍ତା

ଆନନ୍ଦପୁର (କେନ୍ଯୁଜ୍): ଯୁବତୀଙ୍କୁ ଅପହରଣ ଅଭିଯୋଗ । ପରିବାର ଲୋକେ ଦୀର୍ଘ ୩ ଦିନ ଧରି ଥାନାକୁ ଦୌଡିବା ପରେ ମାମଲା ରୁଜୁ କଲା ପୋଲିସ ହେଲେ ଏଯାବତ ଅପହୃତା ଯୁବତୀଙ୍କ ପତ୍ତା ମିଳୁନି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ଘସିପୁରା ଥାନା ପୁଷ୍କୁରା ଅଞ୍ଚଳ ର ଜଣେ ଯୁବତୀ ୩ଦିନ ତଳେ ନିଜ ମାଆଙ୍କ ସହ ପଞ୍ଚପୁଲୀ ବନ୍ଧ ଉପରେ ଚାଲୁଥିବା ସମୟରେ ଶଙ୍ଖଣା ଗ୍ରାମର ବିଶ୍ୱରଂଜନ ଜେନା ତିନି ଜଣ ସାଙ୍ଗଙ୍କ ସହ ଝିଅକୁ ଅପହରଣ କରିନେଇଥିଲା ।

ଝିଅକୁ ଅପହରଣ କରି ଖାଲପାଳ ଗ୍ରାମରେ ରଖିଥିବା ଖବର ପାଇ ପରିବାର ଲୋକେ ସେଠାକୁ ଯାଇଥିଲେ , ସେହି ଗ୍ରାମର ଚିକୁ ନାମକ ଏକ ଯୁବକ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଯୁବତୀ ଙ୍କ ସମ୍ପର୍କୀୟ ଦାଦା ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପରିବାର ଲୋକେ ଅଭିଯୋଗ ନେଇ ଦୀର୍ଘ ୩ ଦିନ ଧରି ଥାନା ରେ ବସିଲା ପରେ ଘସିପୁରା ପୋଲିସ ମାମଲା ରୁଜୁ କଲା । ଗତକାଲି ଘସିପୁରା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଯୁବତୀ ଙ୍କ ପତ୍ତା ପାଉନି । ଅନ୍ୟ ପକ୍ଷରେ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.