ବିଶେଷଜ୍ଞଙ୍କ ଆକଳନ, ମାର୍ଚ୍ଚ ସୁଦ୍ଧା ଓମିକ୍ରନ୍ କମିବା ସମ୍ଭାବନା

ବିଶେଷଜ୍ଞ ଦେଲେ ଖୁସି ଖବର। ମାର୍ଚ୍ଚ ସୁଦ୍ଧା ଶେଷ ହେବ ଓମିକ୍ରନର ଭୟ। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ସ୍ଥିତି ଗମ୍ଭୀର ରହିଛି। ତେବେ ଏହା ଡେ଼ଲ୍ଟା ତୁଳନାରେ ବହୁତ ଅଧିକ ସଂକ୍ରମିତ କରୁଛି।

ଓମିକ୍ରନର ବର୍ଦ୍ଧିତ ସଂକ୍ରମଣକୁ ଦେଖି ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଏବେ ଏହା ପିକ ଷ୍ଟେଜରେ ରହିଛି। ବର୍ତ୍ତମାନ ବହୁତ ଅଧିକ ରହିଛି ଏହାର ସଂକ୍ରମିତ ମାମଲା।

ଗୁରୁବାର ଭାରତରେ କୋଭିଡ-୧୯ ମାମଲା ୨.୬ ଲକ୍ଷ ରୁ ଅଧିକ ସାମ୍ନାକୁ ଆସିଛି। ଯାହା ତୃତୀୟ ଲହରର ଗୋଟେ ଦିନର ସବୁଠାରୁ ଅଧିକ ସଂଖ୍ୟା ରହିଛି। ଭାରତରେ ବର୍ତ୍ତମାନ ଆକ୍ଟିଭ କେସ ୧,୨୭୦,୪୬୬ ରହିଛି। ଭାରତରେ ଏବେ ପର୍ଯ୍ୟନ୍ତ ୫,୫୮୦ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ତୃତୀୟ ଲହର ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯିବ।