କିସ୍‌ ବିଶ୍ୱବିଦ୍ୟାଳୟରେ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟରେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ କିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମ୍ବେଦକରଙ୍କ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାକୁ କିସର କୁଳପତି ପ୍ରଫେସର ଦୀପକ କୁମାର ବେହେରା ଉଦଘାଟନ କରିଥିଲେ। ଡ. ଆମ୍ବେଦକର ଜଣେ ମହାନ ସମାଜ ସଂସ୍କାରକ, ଦଳିତ, ପତିତ, ଅବହେଳିତ, ନିଷ୍ପେଷିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରଫେସର ବେହେରା କହିଥିଲେ।

kiss 2

ଆମ୍ବେଦକର ବିଶ୍ଵଦରବାରରେ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ। ଏକାଧାରରେ ଜଣେ ଆଇନଜ୍ଞ, ଦାର୍ଶନିକ, ନୃତତ୍ତ୍ଵବିତ, ରାଜନୀତିଜ୍ଞ, ଐତିହାସିକ, ସମାଜ ସଂସ୍କାରକ ଥିଲେ। ତାଙ୍କୁ ଏ ଦେଶ ଭୁଲିପାରିବ ନାହିଁ ବୋଲି କହିଛନ୍ତି ପ୍ରଫେସର ବେହେରା କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିସ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପି.କେ ରାଉତରାୟ, ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡ. ରବିନ୍ଦ୍ର ଗରବା ଓ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନରେ କିସ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.