ଛୋଟ ପୁଅ ନେହୁରା ହେଲା ହେ ଡ୍ରାଇଭର ଭାଇ ମୋ ବାପାକୁ ଟିକେ ମେଡିକାଲ ନେଇଯା, ହେଲେ ନେଲାନି ଆମ୍ବୁଲାନ୍ସ ଘର ବାରଣ୍ଡାରେ ଚାଲିଗଲା ପ୍ରାଣ

ବ୍ରହ୍ମପୁର: ଏଏମିତି କରୋନା ଭୟ ଯେ ଆମ୍ବୁଲାନ୍ସ ଡ୍ରାଇଭର୍ ବି ମନା କରିଦେଲା ରୋଗୀକୁ ନେବା ପାଇଁ । ଆଉ ଘର ବାରଣ୍ଡାରେ ଚାଲିଗଲା ଜଣକର ଜୀବନ । ବ୍ରହ୍ମପୁର ପ୍ରହଲ୍ଲାଦ ନଗରର ଅଭାବନୀୟ ଘଟଣା। ଜଣେ ବ୍ଯକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ଥିବା ନେଇ ତାଙ୍କ ପରିବାର ଲୋକେ ଆଜି ସକାଳୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ କିଛି ଦିନ ହେବ ରୋଗୀ ଜଣଙ୍କ ଜ୍ବରରେ ଆକ୍ରାନ୍ତ ଥିବ ଜାଣିବା ପରେ ୧୦୮ ଆମ୍ବୁଲାନ୍ସ  ଡ୍ରାଇଭର ରୋଗୀଙ୍କୁ ମେଡିକାଲ ନେବାକୁ ଅମଙ୍ଗ ହେବା ସହିତ ସେଠାରୁ ଚାଲିଯାଇଥିଲେ । ରୋଗୀଙ୍କ ଛୋଟ ପିଲାଟି ଆମ୍ବୁଲାନ୍ସ ଡ୍ରାଇଭରକୁ ନେହୁରା ହୋଇଥିଲେ ମଧ୍ଯ ରୋଗୀଙ୍କୁ କୋଭିଡ୍ ଆମ୍ବୁଲାନ୍ସ ଆସି ନେବ ବୋଲି କହି ସେଠାରୁ ଚାଲିଯାଇଥିଲେ ।

deadଏହାପରେ ପରିବାର ଲୋକେ ଏକ ଅଟୋ ସାହାଯ୍ଯରେ ବ୍ଯକ୍ତିଙ୍କୁ ମେଡିକାଲ ନେବାକୁ ଉଦ୍ଯମ କରିବାବେଳେ ଘରର ବାରଣ୍ଡାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାରେ ପରିବାର ଲୋକେ ଉକ୍ତ ଆମ୍ବୁଲାନ୍ସ  ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି । ସଠିକ୍ ସମୟରେ ବ୍ଯକ୍ତିଙ୍କୁ ମେଡିକାଲ ନିଆଯାଇଥିଲେ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.