ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟଙ୍କୁ ପଚରାଉଚରା ପାଇଁ ଡାକିଲା ମୁମ୍ବାଇ ପୋଲିସ, ଖୋଲିବ ବହୁ ଗୁମର

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ମୁମ୍ବାଇ ପୋଲିସ ଏବେ ଯାଏଁ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି। ଏବେ ଏହି ମାମଲାରେ ପୋଲିସ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ମଧ୍ୟ ପଚରାଉଚରା କରିଛି। ଆଜି ଅପରାହ୍ନରେ ପୋଲିସ ମହେଶ ଭଟ୍ଟଙ୍କ ବୟାନ ରେକର୍ଡ କରିଛି।

Rhea Chakraborty shares pictures with Mahesh Bhatt, netizen ask ...

ରିପୋର୍ଟ ମୁତାବକ ବାନ୍ଦ୍ରା ପୋଲିସ ଷ୍ଟେସନ୍‌ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା ପାଇଁ ଡାକିଛନ୍ତି। ଆଜି ଦିନ ୧୨ଟା ଭିତରେ ତାଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନ୍‌ରେ ପହଞ୍ଚିବାକୁ କୁହାଯାଇଥିଲା।

 

ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମିଡିଆକୁ କହିଥିଲେ ଯେ ଦିନେ ଦୁଇ ଦିନ ମଧ୍ୟରେ ମହେଶ ଭଟ୍ଟଙ୍କ ବୟାନ ନିଆଯିବ। ସିଆରପିସି ଅନୁସାରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ବି ରିପୋର୍ଟ ତଲବ କରାଯାଇଛି। ଯାହାକୁ ଯାହାକୁ ଦରକାର ପଡ଼ିବ ସମସ୍ତଙ୍କୁ ଡକାଯିବ ବୋଲି ଗୃହମନ୍ତ୍ରୀ କହିଥିଲେ।

କରନ୍‌ ଜୋହରଙ୍କୁ ପଚରାଉଚରା କରାଯିବ କି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ କରଣ ଜୋହରଙ୍କ ମ୍ୟାନେଜରଙ୍କୁ ରିପୋର୍ଟ ତଲବ କରାଯାଇଛି। ଯଦି ଦରକାର ପଡ଼େ ତେବେ କରଣଙ୍କୁ ମଧ୍ୟ ଡକାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.