ଓଡ଼ିଶାରେ ଆମେରିକାର ୨୪୩ ତମ ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): ହ୍ରାଇଦାବାଦ ସ୍ଥିତ ଆମେରିକାର କନସୁଲେଟ ଜେନେରାଲଙ୍କ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆମେରିକାର ୨୪୩ ତମ ସ୍ୱାଧୀନତା ଦିବସ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିିଥି ଭାବେ ଯୋଗ ଦେଇଥିଲେ । ଡ. ସାମନ୍ତ ତାଙ୍କ ଭାଷଣରେ କହିଥିଲେ ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେବା ଗର୍ବର ବିଷୟ । ଏହାଦ୍ୱାରା ଓଡ଼ିଶା ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ମଜଭୁତ ହୋଇପାରିବ । ଅତିଥିଙ୍କୁ ଆମେରିକାର ଡେପୁଟି କନସୁଲ ଜେନେରାଲ ଏରିକ ଆଲକଜାଣ୍ଡାର ଏବଂ ପବ୍ଲିକ ଆଫାୟର୍ସ ଅଫିସର ଡ୍ରିଉ ଜିବଲିନ ସ୍ୱାଗତ ଜଣାଇଥିଲେ । ଜୁଲାଇ ୪ରେ ଆମେରିକା ସ୍ୱାଧୀନତା ଦିବସ ପାଳନ ପରେ ହ୍ରାଇଦାବାଦ ସ୍ଥିତ ଆମେରିକାର କନସୁଲେଟ ଜେନେରାଲଙ୍କ ପକ୍ଷରୁ ଓଡ଼ିଶାରେ ପ୍ରଥର ଥର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ଭାରତ-ଆମେରିକା ସଂପର୍କକୁ ଆହୁରି ମଜବୁତ କରିବ ବୋଲି ଏରିକ ଆଲେକଜାଣ୍ଡାର ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ରାଜନେତା, ଶିଳ୍ପପତି, ସାମ୍ବାଦିକ, କଳାକାର ଓ ଶିକ୍ଷାବିତ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.