ବରଗଡ଼ରେ ଘଟିଲା ଅଘଟଣ: ବିଦ୍ୟୁତ ଆଘାତରେ ମା ସହ ୮ ମାସ ଶିଶୁର ଚାଲିଗଲା ଜୀବନ

ବରଗଡ଼ (କେନ୍ୟୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁ ରେ ବିଦ୍ୟୁତ ଆଘାତରେ ମା ଓ ୮ ମାସ ପୁଅର ମୃତ୍ୟୁ । ଘରେ ଗଡ଼ରେଜ ଖୋଲୁ ଥିବା ସମୟରେ ବିଦ୍ୟୁତ ଲାଗି ଦୁହିଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗ ୩୨ ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୈରଭ ବାଗ ୮ ମାସ ହେଉଥିଲା ।

ଘର ଲୋକ କହିବା ମୁତାବକ ମୂଷା କାଟି ଦେଥିବାରୁ ବିଦ୍ୟୂତ ତାର ଗଡରେଜ ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ଗଡରେଜ ଖୋଲିଥିଲେ। ସେହି ସମୟରେ କାଖରେ ଛୁଆକୁ ଧରିଥିଲେ ତେଣୁ ଶିଶୁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା ଏବଂ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଥିଲେ। ପରେ ଆସି ଦେଖିଲାବେଳକୁ ମା’ ପୁଅ ଅଚେତ ଅହୋଇ ପଡ଼ିଥିଲେ। ମେଡିକାଲକୁ ଉଭୟଙ୍କୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.