ପୁଣି କଙ୍ଗାରୁ କୋର୍ଟର ଜୁଲମ୍: ଛେଳି ଚୋର ସନ୍ଦେହରେ ୨ଜଣଙ୍କୁ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ

ବାରିପଦା(କେନ୍ଯୁଜ୍): ଗାଁରେ କଙ୍ଗାରୁ କୋର୍ଟ । ଛେଳି ଚୋର ସନ୍ଦେହରେ ଦୁଇଜଣଙ୍କୁ ଉଲଗ୍ନ କରି ଗଛରେ ବାନ୍ଧିଲେ ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ଥାନା ବଳଦମରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନାନୁଯାୟୀ, ଛେଳି ଚୋର ସନ୍ଦେହରେ ଦୁଇଜଣଙ୍କୁ ଅଟକାଇଥିଲେ ସ୍ଥାନୀୟ ଲୋକ । ପରେ ଦୁଇ ଯୁବକଙ୍କ ଉଲଗ୍ନ କରି ଗାଁ ଦାଣ୍ଡରେ ଗଛରେ ବାନ୍ଧିଥିଲେ । ସେମାନଙ୍କ ନିକଟରୁ ଗୋଟିଏ ବ୍ୟାଗ ଜବତ ହୋଇଛି। ପରେ ଦୁଇ ଯୁବକଙ୍କୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.