ଖୁବଶୀଘ୍ର ବିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି ମାକ୍ସୱେଲ, ତାମିଲରେ ଲେଖା ବିବାହ କାର୍ଡ ହେଉଛି ଭାଇରଲ

ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଗ୍ଲେନ୍ ମାକ୍ସଓ୍ଵେଲ୍ ଖୁବଶୀଘ୍ର ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି । ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ମାକ୍ସଓ୍ଵେଲ୍ ଓ ବିନିଙ୍କ ବାହାଘରର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ମାକ୍ସଓ୍ଵେଲ୍ ଓ ବିନି ୨୦୧୭ ରୁ ଡେଟିଂ କରିଆସୁଛନ୍ତି । ମାର୍ଚ୍ଚ ୨୦୨୦ ଦୁଇଜଣଙ୍କ ନିର୍ବନ୍ଧ ସରିଛି । ଏବେ କେବଳ ହାତଗଣ୍ଠି ପଡିବାକୁ ବାକି ରହିଛି।
ସୂଚନା ମୁତାବକ, ବାହାଘର ମାର୍ଚ୍ଚ ୨୭ରେ ମେଲବୋର୍ଣ୍ଣରେ ପାରମ୍ପରିକ ତାମିଲ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ ବିବାହ । ମିଳିଥିବା ଖବର ଅନୁସାରେ ଏଥିରେ ଅଷ୍ଟ୍ରେଲିଆର କ୍ରିକେଟର୍ ଓ ଅନେକ ନାମିଦାମୀ ଅତିଥି ଯୋଗ ଦେବାର ସମ୍ଭାବନା ରହିଛି । ଭାରତୀୟ ବଂଶୋଦ୍ଭବ ବିନି ରମଣ ଅଷ୍ଟ୍ରେଲିଆରେ ରୁହନ୍ତି । ପେଶାରେ ବିନି ଜଣେ ଫାର୍ମାସିଷ୍ଟ । ବିନିଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ସେ ଅଷ୍ଟ୍ରେଲିଆରେ ରହୁଛନ୍ତି।

ବିନି ରମଣଙ୍କ ପିତା ଭେଙ୍କଟ ରମଣ ଓ ମାତା ବିଜୟଲକ୍ଷ୍ମୀ ରମଣ ତାଙ୍କ ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । କିଛିଦିନ ତଳେ ବିନି ରମଣଙ୍କ ସମ୍ପର୍କୀୟ ଟ୍ଵିଟ୍ କରି କହିଥିଲେ ଯେଉଁଥିରେ ଲେଖା ହୋଇଥିଲା, ବିନିଙ୍କ ମାତାପିତାଙ୍କ ଦ୍ଵାରା ଦିଆଯାଇଥିବା ତାମିଲ ବ୍ରାହ୍ମଣ ସଂସ୍କୃତିର ନିମନ୍ତ୍ରଣ ପତ୍ର ତାଙ୍କ ତାମିଲ ସଂସ୍କୃତି ପ୍ରତି ସମ୍ମାନ ।

ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ଆୟୋଜନ କରିବାକୁ ଯୋଜନା କରୁଛନ୍ତି । ୨୦୨୨ ଆଇପିଏଲ ନିଲାମ ପୂର୍ବରୁ ଗ୍ଲେନ୍ ମାକ୍ସଓ୍ଵେଲଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର୍ ୧୧ କୋଟି ଟଙ୍କାରେ ରିଟେନ୍ କରିଥିଲା।

ମାକ୍ସୱେଲଙ୍କ ପୂର୍ବରୁ ୨୦୧୪ରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ଶନ ଟେଟ୍‌ ଭାରତୀୟ ବଂଶୋଦ୍ଭବ ମାସୁମ ସିଙ୍ଘାଙ୍କୁ ବିବାହ କରିଥିଲେ। ଦୁହେଁ ଆଇପିଏଲ ପାର୍ଟିରେ ପରସ୍ପରକୁ ଦେଖା ହେବା ପରେ ରିଲେସନସିପରେ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.