ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

କାମାକ୍ଷାନଗର: ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାଶୋଡା ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଘଂର୍ଷ ହୋଇଥିଲା। ଯେଉଁଥିରେ ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇ ମେଡିକାଲରେ ମୃତ୍ୟୁସହ ଲଢୁଛି।

ସୂଚନା ମୁତାବକ, ଗାଁର ମୋହନ ବାଈଙ୍କ ଝିଅ ଗତ ୧୧ ତାରିଖରେ ଘରକୁ ଫେରିବା ସମୟରେ ସେହି ଗାଁର ଭଜମନ ଭୋଈ ଓ ସିପୁନ ଭୋଈ କମେଣ୍ଟ ମାରିଥିଲେ। ଝିଅଟି ଏହି ବିଷୟରେ ତାର ଜେଜେବାପା ପୂର୍ଣ୍ଣଚନ୍ଦ୍ର ବାଈଙ୍କୁ କହିଥିଲା। ଗତକାଲି ସନ୍ଧ୍ଯାରେ ପୂର୍ଣ୍ଣଚନ୍ଦ୍ର ଉକ୍ତ ଦୁଇ ଯୁବକଙ୍କୁ ଘଟଣା ସମ୍ପର୍କ ପଚାରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।

ପରେ ଦୁଇ ଯୁବକଙ୍କ ସହ ଆଉ ୪ ଜଣ ଯୁବକ ମିଶି ଟାଙ୍ଗିଆ,ଫାର୍ଶା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ର ବାଈଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ମୋହନଙ୍କୁ ତାଳଚେର ମେଡିକାଲରେ ଭର୍ତ କରାଯାଇଛିି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.