ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ, ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ । ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବେ ସମବାୟ ମନ୍ତ୍ରୀ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଏହି ରୁଲିଂ ଦେଇଥିଲେ ।

ଗତକାଲି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ବିଧାନସଭା ସ୍ୱାଭାବିକ ହୋଇ ପାରିନଥିଲା । ଆଜି ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ ତା ଉପରେ ନଜର ।

Leave A Reply

Your email address will not be published.