ପାରମ୍ପରିକ ଡୁଙ୍ଗଡୁଙ୍ଗା ବାଦ୍ୟଯନ୍ତ୍ର ରେ ଜାତୀୟ ସଂଗୀତ ଗାନ କରି ଚର୍ଚ୍ଚାରେ ନବରଙ୍ଗପୁରର ଆନନ୍ଦ ଦାଶ

ନବରଙ୍ଗପୁର(କେନ୍ୟୁଜ୍):  ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ମାନଙ୍କ ସର୍ବପୁରାତନ ପାରମ୍ପରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା ) ବଜାଇ ଏବଂ ସେଇ ମାଧ୍ୟମରେ ଭାରତବର୍ଷର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଂଗୀତ ଗାନ କରି ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନବରଙ୍ଗପୁର ସହର ର ଆନନ୍ଦ କୁମାର ଦାଶ। ତାଙ୍କର ଏଭଳି ପ୍ରୟାସକୁ ଜିଲ୍ଲାବାସି ମଧ୍ୟ ସ୍ୱାଗତ କରିବା ସହ ସଫଳତା ର ସିଢି ଚଢିବାକୁ କାମନା କରିଛନ୍ତି ।

ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡ଼ (ର୍ହିଲି ଡଙ୍ଗରି )ରେ ରୁହନ୍ତି ଆନନ୍ଦ କୁମାର ଦାଶ। ବାପା ଭାବଗ୍ରାହୀ ଦାଶ ଓ ସ୍ୱର୍ଗତ ମା ପଦ୍ମାବତୀ ଦାଶଙ୍କ ସାନ ପୁଅ ହେଉଛନ୍ତି ଆନନ୍ଦ ।  ସେ ଛୋଟ ବେଳୁ ହିଁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଆକୃଷ୍ଟ ହୋଇ ଧୀରେ ଧୀରେ ସେସବୁ ବଜାଇବା ଶିଖିଥିଲେ।  ସେ ନବରଙ୍ଗପୁର କଲେଜରେ Zoology ବିଷୟରେ B.Sc ଶିକ୍ଷା ସମାପ୍ତ କରିଥିବା ବେଳେ ବର୍ତ୍ତମାନ ଏକ Merico India Ltd. ନାମକ ଏକ ତେଲ କମ୍ପାନୀରେ ମାର୍କେଟିଙ୍ଗ ଏକଜୁକେଟିଭ ଭାବରେ କାର୍ଯ୍ଯ କରୁଛନ୍ତି।  ସେ ପେଶାରେ ତେଲକମ୍ପାନୀରେ କାମ କରୁଥିଲା ବେଳେ ତାଙ୍କର ନିଶା କିନ୍ତୁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ଗୁଡିକୁ ବଜାଇବା ଓ ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ର ଗୁଡିକୁ ପୁଣିଥରେ ଜନମାନସରେ ଉଜ୍ଜୀବିତ କରିବା ।  ସେଇ ଲକ୍ଷ୍ୟ ନେଇଁ ସେ ଓଡିଶାର ବିଭିନ୍ନ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରି କେବଳ ନବରଙ୍ଗପୁର ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରୁଛନ୍ତି ।

ଏଥିସହ ନବରଙ୍ଗପୁରର ୨୦ରୁ ୨୨  ଜଣ ସ୍ଥାନୀୟ କଳାକାରକୁ ଲୋକସଂସ୍କୃତି ଓ ଲୋକବାଦ୍ୟ ଶିକ୍ଷା ଦେଇ ରୋଜଗାର ମଧ୍ୟ ଦେଇଛନ୍ତି । ଏଥିସହିତ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକବାଦ୍ୟ ଘୁଡକି, ଗୋଚିବାଜା, ଟାମକ, ଢାମ୍ପ, ଟୁଡୁବୁଡ଼ି, ଖଞ୍ଜଣୀ, ବଂଶୀ, ତବଲା, ଢ଼ୋଲକ, ଝୁମୁକା ମଧ୍ୟ ବଜାଇ ଜାଣନ୍ତି।

ବର୍ତ୍ତମାନ ଆନନ୍ଦ ତାଙ୍କର ଏକ ଭିଡିଓ କୁ ନେଇଁ ଚର୍ଚ୍ଚାରେ ଆସିଛନ୍ତି।  ଯେଉଁ ଭିଡିଓ ରେ ସେ ଆଦିବାସୀ ଭଳି ପୋଷାକ ପରିଧାନ କରିବା ସହ ଆଦିବାସୀ ମାନଙ୍କ ଭଳି ଅଳଙ୍କାର ପିନ୍ଧି ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକବାଦ୍ୟ ଡୁଙ୍ଗଡୁଙ୍ଗା ସହିତ ଝୁମକା ବଜାଇ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିଛି । ଯାହାର ପଛପଟ ମଧ୍ୟ ଏକ ଆଦିବାସୀ ବସବାସ କରୁଥିବା ମାଟି ମାଟି କୁଡ଼ିଆ ରହିଛି l ଯାହାକୁ ନେଇଁ ଲୋକେ ଆନନ୍ଦ କୁ ପ୍ରଶଂସା କରିବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

ସେ ଧରିଥିବା ଡୁଙ୍ଗଡୁଙ୍ଗା ବାଦ୍ୟ ହେଉଛି ଆଦିବାସୀ ମାନଙ୍କ ପ୍ରାକୃତିକ ଖାଦ୍ୟ “ଲାଉ”ରୁ ର୍ନିମିତ। ଯାହାକି ଦେଖିବାକୁ “ଭଗବାନ ମାଁ ସରସ୍ୱତୀ” ଦେବୀଙ୍କ ବୀଣା ସଦୃଶ୍ଯ । ସେ ଜାତୀୟ ସଂଗୀତ ଗାନ କରି ବେଶ ଖୁସି ଥିବା ସହ ଆଗାମୀ ପିଢ଼ି ସକାଶେ ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ବାଦ୍ୟଯନ୍ତ୍ର ର ପ୍ରଚାର ପ୍ରସାର ପାଇଁ ଏଭଳି ପ୍ରୟାସ କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.