ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ
ଭୁବନେଶ୍ୱର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର ଦିଦି କବିତା ମଥାନ୍ଙ୍କ ଘରେ ରେଡ୍ ଚାଲିଛି। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ।
ଭୁବନେଶ୍ୱର କେସୁରାସ୍ଥିତ ଦୁଇ ମହଲା ଘର, ଝାରପଡ଼ାସ୍ଥିତ ୨ଟି ୩ ମହଲା ଘର, ଝାରପଡ଼ାସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦାସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଚଢାଉ ବେଳେ ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ସର୍ଚ୍ଚ ଓ୍ଵାରେଣ୍ଟ ଜାରି କରିଛନ୍ତି କଟକ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍।