Below header

Belly Fat ବା ପେଟର ଚର୍ବିକୁ କମ୍‌ କରିବାରେ ସହାୟକ ହେବ ଏହି ୬ଟି ଟିପ୍ସ, ନିଶ୍ଚୟ କରନ୍ତୁ ଫଲୋ

ଆଜିକାଲି ଲୋକେ ବେଲି ଫ୍ୟାଟ୍‌ ବା ପେଟର ଚର୍ବିକୁ କମ୍‌ କରିବା ପାଇଁ ନାନା ପ୍ରକାର ଚେଷ୍ଟା ଚଳାଉଛନ୍ତି। ବେଲି ଫ୍ୟାଟ୍‌ ନା କେବଳ ଲୋକଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ, ବରଂ ଏହାଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗର ସମ୍ଭାବନା ବି ବଢ଼ିଯାଇଥାଏ। ଲୋକେ ପତଳା ପେଟ ପାଇବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ତେବେ ଜଣେ ନିଜ ଡାଏଟ୍‌ ଏବଂ ଜୀବନଶୈଳୀ ଉପରେ କିଛିଟା ଧ୍ୟାନ ଦେଇ ମଧ୍ୟ ବେଲି ଫ୍ୟାଟ୍‌ରୁ ଛୁଟକାରା ପାଇ ପାରିବ। ଆସନ୍ତୁ ଜାଣିବା ଏ ସମ୍ବନ୍ଧରେ କେତେକ ଟିପ୍ସ।

ଜଲ୍‌ଦି ଡିନର: ରାତିର ଖାଦ୍ୟ ସମୟ ଅନୁସାରେ କରିନେବା ବହୁତ ଭଲ ହୋଇଥାଏ। ଲେଟ୍‌ ନାଇଟ୍‌ ଡିନର କରିବା ଦ୍ୱାରା ପାଚନ କ୍ରିୟା ଧିମା ହୋଇଯାଇଥାଏ ଏବଂ ବ୍ଲଡ୍‌ ସୁଗାର ବି ବଢ଼ି ଯାଇପାରେ। ଏହାଦ୍ୱାରା bloating ଏବଂ abdominal ଫ୍ୟାଟ୍‌ର ବୃଦ୍ଧି ଘଟିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ସନ୍ଧ୍ୟା ୭ରୁ ସାଢ଼େ ୭ ଭିତରେ ରାତିର ଖାଦ୍ୟ ଖାଇନେବା ଉଚିତ।

ନଟ୍‌ସ ସେବନ କରିବା: ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ଓଜନ ହ୍ରାସର ହେଲ୍‌ଦି ଅପଶନ ହୋଇ ନ ଥାଏ। ତେଣୁ ମଝିରେ ମଝିରେ ସ୍ନାକ୍ସ ରୂପେ ନଟ୍‌ସ ସେବନ କରି ପାରିବେ। ଫାଇବର, ପ୍ରୋଟିନ, ହେଲ୍‌ଦି ଫ୍ୟାଟ୍‌, ଭିଟାମିନ୍ସ ଏବଂ ମିନେରାଲ୍ସର ଏହା ବଢ଼ିଆ ସ୍ରୋତ ହୋଇଥାଏ, ଯଦ୍ଦ୍ଵାରା ଲୋକଙ୍କୁ ଜଲ୍‌ଦି ଭୋକ ଲାଗି ନ ଥାଏ ଏବଂ ଓଜନ ହ୍ରାସ କରେଇବାରେ ଏହା ସହାୟକ ହୋଇଥାଏ।

ଫଳ ଖାଇବା: ଯଦି ଆପଣ ବେଲି ଫ୍ୟାଟ୍‌ରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ତା’ହେଲେ ଫଳ ସେବନ କରନ୍ତୁ। ସେଓ ଭଳି ଫଳରେ ହେଲ୍‌ଦି ଫ୍ଲାଭୋନଏଡ୍‌ସ ଏବଂ ଫାଇବର ରହିଥାଏ, ଯାହା ବେଲି ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

ପାଣି ପିଇ ଚାଲନ୍ତୁ: େଓ୍ଵଟ୍‌ ଲସ୍‌ ଜର୍ନିକୁ ଚାଲୁ କରିବା ପାଇଁ ଭରପୂର ମାତ୍ରାରେ ପାଣି ପିଅନ୍ତୁ। ଏହାଦ୍ୱାରା ଲୋକେ ଲମ୍ବା ସମୟ ପର୍ଯ୍ୟନ୍ତ ସନ୍ତୁଷ୍ଟ ରହିଥାଆନ୍ତି, ଯାହାଫଳରେ କି ଶରୀରରେ କ୍ୟାଲୋରୀ ମାତ୍ରା ଅଧିକ ହୋଇପାରି ନ ଥାଏ। ଦିନରେ ଅତି କମ୍‌ରେ ୮ ଗ୍ଲାସ୍‌ ପାଣି ପିଅନ୍ତୁ। ଆପଣ ଚାହିଁଲେ ପାଣିରେ ଲେମ୍ବୁ, ଅଙ୍ଗୁର, କମଳା ଭଳି ଫଳ ମିଶାଇ ଏହାକୁ ଡିଟକ୍ସ ଡ୍ରିଙ୍କ୍‌ ବନାଇ ପିଇପାରିବେ।

ବ୍ୟାୟାମ କରନ୍ତୁ: ଏକ୍ସପର୍ଟଙ୍କ ମୁତାବକ, ୮ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ସିମ୍ପଲ ଫୁଲ୍‌ ବଡି ଓ୍ଵାର୍କ ଆଉଟ୍‌ କରିବା ଦ୍ୱାରା କୋର୍‌ ମସଲ୍ସ ବଢ଼ିଆ ରହିଥାଏ। ଏହାଦ୍ୱାରା ଅଣ୍ଟା ଏବଂ ପେଟର ସାଇଜ୍‌ ମଧ୍ୟ ଠିକ୍‌ ରହିଥାଏ।

ନିଦ ପୂରା କରନ୍ତୁ: ବିଶେଷଜ୍ଞଙ୍କ କହିବା ମୁତାବକ, ନିଦର ଅଭାବ ହେଲେ ଶରୀରରେ visceral ଫ୍ୟାଟ୍‌ରେ ୩୨ ପ୍ରତିଶତ ବୃଦ୍ଧି ଘଟିପାରେ। ଏଣୁ ରାତିରେ ଅନ୍ତତଃ ୬ରୁ ୭ ଘଣ୍ଟା ନିଦ ପୂରା କରି ନେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.