ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮ ହଜାର ୫୨୦ ପଜିଟିଭ୍‌ ଚିହ୍ନଟ, ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୮ ହଜାର ୫୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୪ ପ୍ରତିଶତ । ଆଜି ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୯୩୨ ଓ କଟକରୁ ୭୮୯ ନୂଆ କେସ୍‌ ଆସିଛି। ୨୪ ଘଣ୍ଟାରେ ୭୨ ହଜାର ୫୨୪ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୮୫ ହଜାର ୩୨୦ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୦୪ ହଜାର ୬୬୦ କୁ ବୃଦ୍ଧି ପାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.