ରାଜଧାନୀରେ ପୁଞ୍ଜା ପୁଞ୍ଜା ଆଞ୍ଜେଲ ପ୍ରିୟାଙ୍କ ରାଜ୍, ସହିଦ ନଗର ପୋଲିସ ଗିରଫ କଲା ଆଉ ଜଣେ ଠକ ସୁନ୍ଦରୀକୁ
ଭୁବନେଶ୍ବର(କେନ୍ୟୁଜ୍): ଫେସ୍ବୁକ ପରେ ଏବେ ଆଉ ଜଣେ ହ୍ଵାଟସ୍ଆପ୍ କୁଇନ୍ । ରାଜଧାନୀରୁ ଗିରଫ ହୋଇଛନ୍ତି ଜଣେ ଠକ ସୁନ୍ଦରୀ । ୧୦ ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଥିବା ମହିଳାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ମହିଳା ଜଣକ ପଶ୍ଚିମବଙ୍ଗର ପିହୁ ବିଶ୍ୱାସ । ମହିଳା ଜଣକ ହ୍ଵାଟସ୍ଆପ୍ରେ କଲ୍ କରି ପୁରୀର ଜଣେ ଯୁବକଙ୍କ ସହ ପରିଚିତ ହୋଇଥିଲେ । ନିଜକୁ ଜଣେ ପ୍ରତିଷ୍ଠିତ କଲେଜର କର୍ମଚାରୀ କହିବା ସହ ପାର୍ଟ ଟାଇମ୍ରେ ବୀମା କରୁଥିବା କହିଥିଲେ ।
ସୋସିଆଲ୍ ମିଡିଆରେ ବନ୍ଧୁତା ସ୍ଥାପନ କରି ପ୍ରେମ ଜାଲରେ ଫସାଇ ଯୁବକଙ୍କ ଘରକୁ ଯାଇଥିଲେ । ସେଠାରେ ଯୁବକଙ୍କୁ ନିଶା ଦେଇ ଲୁଟ୍ କରିଥିଲେ ମହିଳା । ୧୦ ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଥିଲେ । ଅଗଷ୍ଟ ୧୫ ତାରିଖରେ ଘଟଣା ଘଟିଥିବା ବେଳେ ୨୨ ତାରିଖରେ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ଲୁଟ୍ ଶିକାର ଯୁବକ । ପୁରୀରୁ ମହିଳାଙ୍କୁ ଗିରଫ ପରେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଦେଢ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଯୁବତୀଙ୍କୁ ପୂର୍ବରୁ କୋଲକାତା ପୋଲିସ ଗିରଫ କରିଥିଲା ।