ଆଉ ଜଣେ ଲେଡି ବ୍ଲାକମେଲର: ଅର୍ଚ୍ଚନା ନାଗଙ୍କ ପରେ ପ୍ରୀତି ଦେଶାଇ, ଭୁବନେଶ୍ୱରରୁ ବାନ୍ଧିଲା ରାଜସ୍ଥାନ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଆଉ ଜଣେ ଲେଡି ବ୍ଲାକମେଲର । ଅର୍ଚ୍ଚନା ନାଗଙ୍କ ପରେ ପ୍ରୀତି ଦେଶାଇ । ଭୁବନେଶ୍ୱରରୁ ପ୍ରୀତିଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ । ଲକ୍ଷାଧିକ ଟଙ୍କା ହଡ଼ପ କରି ମାରୁଥିଲେ ଚମ୍ପଟ । ପ୍ରୀତି ଦେଶାଇଙ୍କ ଘର କର୍ଣ୍ଣାଟକରେ । ନିଜକୁ ଉଚ୍ଚଶିକ୍ଷିତାର ପରିଚୟ ଦେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ । ଜଣଙ୍କ ପରେ ଜଣଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଚାଲିଥିଲେ ପ୍ରୀତି ।

ରାଜସ୍ଥାନରେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟିନେଇଥିଲେ ଲକ୍ଷାଧିକ ଟଙ୍କା । ଏହାପରେ କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀଙ୍କୁ ଫସାଇଥିଲେ । ପ୍ରୀତିଙ୍କ ବ୍ଲାକମେଲ୍‌ରେ ଏତେ ଅତିଷ୍ଠ ହୋଇପଡିଲେ ଯେ, ଶେଷରେ ବ୍ୟବସାୟୀ ନିଜ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଠକେଇ ମାମଲାରେ କୋଟୱାଲି ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ ପୋଲିସ ପ୍ରୀତିକୁ ଗିରଫ କରି ରାଜସ୍ଥାନକୁ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.