ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ: ‘କହିଲେ ମୋତେ ଡିଭର୍ସ ଦିଅ, ମୋତେ ବଞ୍ଚିବାକୁ ଦିଅ ବର୍ଷା’

ଭୁବନେଶ୍ବର(କେନ୍ୟୁଜ୍‌): ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ । କହିଛନ୍ତି, ମୋତେ ବଞ୍ଚିବାକୁ ଦିଅ ବର୍ଷା । ମୁଁ ଗାଳି ଗୁଲଜ କରେ । ୨୪ ଘଣ୍ଟା ମଦ୍ୟପାନ କରେ । ସାଙ୍ଗସାଥୀଙ୍କୁ ଘରକୁ ଡାକି ଦିଏ । ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ । ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ । ଏସବୁ ସେ ପିଟିସନରେ ଲେଖିଛନ୍ତି ।

ଯଦି ଏକଥା ସତ, ତାହେଲେ ପୁଣି କାହିଁକି ରହିବାକୁ ଚାହୁଁଛ । ମୋତେ ଡିଭର୍ସ ଦିଅ । ମୋତେ ବଞ୍ଚିବାକୁ ଦିଅ ବର୍ଷା ବୋଲି ଭିଡ଼ିଓରେ କହିଛନ୍ତି ଅନୁଭବ ମହାନ୍ତି । ଭିଡ଼ିଓରେ ପ୍ରେମର ଆରମ୍ଭଠୁ କୋର୍ଟ କଚେରୀ ମାମଲା ପର୍ଯ୍ୟନ୍ତ ସବୁକିଛି ଟିକିନିଖି ବଖାଣିଛନ୍ତି ଅନୁଭବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.