ଦିନରେ ସିଝାଇଲା..ରାତି ଅଧରେ ଭିଜାଇଲା: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ରାତି ଅଧରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି ବହୁ ସମୟ ଧରି ଘଡଘଡି ସହ ବର୍ଷା ହୋଇଛି । ଭିଜିଛି ରାଜଧାନୀ ଭୁବନେଶ୍ୱର ।

ଘଡଘଡି ଓ ପବନ ସହ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁୁଳୁଗୁଳିରୁ ମୁକ୍ତି ମିଳିଛି । ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଛି। ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଏଥିରୁ ୫ ସହରରେ ତାପମାତ୍ରା ଥିଲା ୪୩ ଡିଗ୍ରୀ ସେଲସିୟସ୍‌ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.