ପୁନରୁଦ୍ଧାର ପାଇଁ ଅପେକ୍ଷାରେ ରହିଛି ଅରାଗଡ଼ ପାହାଡ଼, ଖୋଜୁଛି ପରିଚୟ

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଗୋଡିପୁଟ-ମାଟିଆପଡା ପଞ୍ଚାୟତ ସ୍ଥିତ ଐତିହାସିକ ଅରାଗଡ ପାହାଡ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ବଣ ବୁଦା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ପରିଣତ ହେଇଥିବାବେଳେ ଏହାର ପୁନରୁଦ୍ଧାର ହୋଇ ପାରି ନାହିଁ ।

ପୁରୀ (କେନ୍ୟୁଜ୍‌ ଓଡ଼ିଶା)- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଗୋଡିପୁଟ-ମାଟିଆପଡା ପଞ୍ଚାୟତ ସ୍ଥିତ ଐତିହାସିକ ଅରାଗଡ ପାହାଡ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ବଣ ବୁଦା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ପରିଣତ ହେଇଥିବାବେଳେ ଏହାର ପୁନରୁଦ୍ଧାର ହୋଇ ପାରି ନାହିଁ । ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ ବୁଦ୍ଧଦେବଙ୍କ ମୂର୍ତ୍ତିପୂଜା ଭାରତରେ ନଥିଲା । ସେ ସମୟରେ କେବଳ ସାଙ୍କେତିକ ପୂଜା ଓ ଉପାସନା କରାଯାଉଥିଲା । ତାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ଏହି ସ୍ତୁପ । ଗଙ୍ଗାନଦୀ ଠାରୁ ମହାନଦୀ, ମହାନଦୀ ଠାରୁ ଋଷିକୂଲ୍ୟା, ଋଷିକୂଲ୍ୟା ଠାରୁ ବଂଶଧାରା ଓ ବଂଶଧାରା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବୌଦ୍ଧ ସଭ୍ୟତାର ବିକାଶ ହୋଇଥିବା ବେଳେ ଅରାଗଡ ହେଉଛି ଏହାର ମଧ୍ୟବର୍ତ୍ତୀ ସ୍ଥାନ ।

ଖନନ ସ୍ଥଳୀ ନିକଟରେ ଷଷ୍ଠ ଓ ସପ୍ତମ ଶତାବ୍ଦୀର ପ୍ରସ୍ତର ଖୋଦିତ ଦ୍ୱିତଳ ବିଶିଷ୍ଟ ବୌଦ୍ଧ ସ୍ଥାପତ୍ୟ ରହିଛି । ଯାହାର ଉପର ଅଂଶ ଧ୍ୟାନ ମନ୍ଦିର ହୋଇଥିବା ବେଳେ ତଳ ଅଂଶଟି ଏକ ଗୁମ୍ଫା ହୋଇଥିବା ଜଣାଯାଇଛି । ବହୁ ବର୍ଷ ଧରି ଅକ୍ଷତ ଅବସ୍ଥାରେ ରହିଛି ଏହି ସ୍ଥାନ । ଏଠାରେ ପାଲି ଭାଷାରେ ଖୋଦିତ ପ୍ରସ୍ତର ଶିଳା ରହିଥିବା ବେଳେ ବୌଦ୍ଧ ସନ୍ୟାସୀ ମାନେ ଏଠାରେ ଧ୍ୟାନ କରୁଥିଲେ ବୋଲି ଲୋକେ କୁହନ୍ତି । ଏହା ନିକଟରେ ଏକ ପଥରରେ ତିଆରି ପାଣିକୁଣ୍ଡ ମଧ୍ୟ ଅକ୍ଷତ ଅବସ୍ଥାରେ ଅଛି । ମହାନଦୀର ଦକ୍ଷିଣ ଦିଗରେ ଓ ଦୟାନଦୀ ଅବବାହିକାରେ ଏହି ଅରାଗଡ ବୌଦ୍ଧସ୍ଥଳୀ ଅବସ୍ଥିତ ଥିବା ବେଳେ ଧଉଳି ପାହାଡ, ଲବଣଗିରୀ, ଅରାଗଡ, ବିଶ୍ୱନାଥ ପାହାଡ, ପାଲୁର ଦେଇ ତଳପଡା ଓ ଜଉଗଡ ଠାରୁ ଆହୁରି ଆଗକୁ ଏକ ବୌଦ୍ଧକ୍ଷେତ୍ର ଥିବ ବୋଲି କିଛି ଐତିହାସିକ କହିଛନ୍ତି ।

ସମୁଦ୍ର ପତନରୁ ପ୍ରାୟ ୨୫୬ ଫୁଟ ଉଚ୍ଚରେ ଦୟାନଦୀ ଅବବାହିକାରେ ଅବସ୍ଥିତ ଐତିହାସିକ ଅରାଗଡ଼ ପାହାଡ଼ରେ ପ୍ରାଚୀନ ବୌଦ୍ଧକିର୍ତୀ ରହିଥିବା ବେଳେ ବୌଦ୍ଧ ଧର୍ମର ମୁକସାକ୍ଷୀ ପାଲଟିଥିବା ଏହି ଅରାଗଡ଼ ପାହାଡ଼ ଏବେ ନିଜର ପରିଚୟ ଖୋଜୁଛି । ସୁନ୍ଦର ପରିବେଶରେ ପରିବେଷ୍ଠିତ ହୋଇଥିବା ଏହି ପାହାଡ଼ ଏବେ ଦିଗହରା ହୋଇ ପଡ଼ିଛି । ବସିବା ପାଇଁ ରହିଥିବା ପଥର ଉପରେ ଏବେ ବୃକ୍ଷ ଲତା ମାଡ଼ି ଜଙ୍ଗଲରେ ପରିଣତ ହୋଇଛି । ଅନେକ ସମୟରେ ଏହାର ବିକାଶ ପାଇଁ ଅନେକ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହାର ସୁଫଳ ମିଳି ପାରୁ ନଥିବା ଗ୍ରାମବାସୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.