ଭାଲେଣ୍ଟାଇନ ଡେ’ରେ ଲଞ୍ଚ ହେବ Redmi A3, କମ ଦାମରେ ମିଳିବ ବଢିଆ ଫିଚର୍ସ

ଭାଲେଣ୍ଟାଇନ୍ସ ଡେ' ଅବସରରେ Redmi ଭାରତରେ ଏକ ଧମାକା କରିବାକୁ ଯାଉଛି । Redmiର ସବ୍-ବ୍ରାଣ୍ଡ ଫେବୃଆରୀ ୧୪ ରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍ Redmi A 3 ନାମରେ ଲଞ୍ଚ ହେବ, ଯାହା ଗତ ବର୍ଷ ଲଞ୍ଚ ହୋଇଥିବା Redmi A 2 ର ଏକ ଅପଗ୍ରେଡ୍ ମଡେଲ୍ ହେବ ।

ଭାଲେଣ୍ଟାଇନ୍ସ ଡେ’ ଅବସରରେ Redmi ଭାରତରେ ଏକ ଧମାକା କରିବାକୁ ଯାଉଛି । ଜିଓମିର ସବ୍-ବ୍ରାଣ୍ଡ ଫେବୃଆରୀ ୧୪ ରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍ Redmi A 3 ନାମରେ ଲଞ୍ଚ ହେବ, ଯାହା ଗତ ବର୍ଷ ଲଞ୍ଚ ହୋଇଥିବା Redmi A 2 ର ଏକ ଅପଗ୍ରେଡ୍ ମଡେଲ୍ ହେବ । ଏହି ଫୋନର ଲଞ୍ଚ ଡେଟ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ପ୍ରକାଶ ପାଇଛି । ଏହା ବ୍ୟତୀତ କମ୍ପାନୀ ଆସନ୍ତା ସପ୍ତାହରେ ଭାରତରେ Redmi Buds 5 ଲଞ୍ଚ କରିବାକୁ ଯାଉଛି ।

ଫେବୃଆରୀ ୧୨ରେ ଏହି TWS ଭାରତରେ ଲଞ୍ଚ ହେବ । Redmi A 3 ର ଲ୍ୟାଣ୍ଡିଂ ପେଜରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫୋନରେ ୬GB RAM, ୫୦୦୦mAh ବ୍ୟାଟେରୀ, ୯୦Hz ରିଫ୍ରେସ୍ ରେଟ୍ ଡିସପ୍ଲେ, ଲେଦର ଟେକ୍ସଚର ବ୍ୟାକ୍ ପ୍ୟାନେଲ୍ ଭଳି ଫିଚର ରହିବ । ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏଥିରେ ଏକ ସର୍କୁଲାର୍ ଡିଜାଇନ୍ କ୍ୟାମେରା ମଡ୍ୟୁଲ୍ ରହିବ । ଏଗୁଡିକ ବ୍ୟତୀତ କମ୍ପାନୀ ନିଜ ୱେବସାଇଟରେ ଫୋନର ଅନ୍ୟ କୌଣସି ଫିଚର ବିଷୟରେ ସୂଚନା ସେୟାର କରି ନାହିଁ । ଗତ ବର୍ଷ ଲଞ୍ଚ ହୋଇଥିବା Redmi A 2 ରେ ୬୦Hz ରିଫ୍ରେସ ରେଟର ଏକ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନ୍ ୧୪ ଫେବୃଆରୀରେ ଭାରତରେ ଲଞ୍ଚ ହେବ ।

Redmi A3 ସ୍ପେସିଫିକେସନ:

ନିକଟରେ ଆଫ୍ରିକାର ଏକ ରିଟେଲ ଷ୍ଟୋରରେ Redmi A 3 ମଧ୍ୟ ଦେଖିବାକୁ ମିଳିଛି । ଫୋନରେ ୬. ୭୧ ଇଞ୍ଚର ଏକ ବଡ ଡିସପ୍ଲେ ମିଳିବ । ଫୋନ୍ ୩୨GB ଏବଂ ୧୨୮GB ଇନ୍-ବିଲ୍ଟ ଷ୍ଟୋରେଜ୍ ସପୋର୍ଟ ସହିତ ଆସିପାରେ । ଏହା ବ୍ଲୁ, ବ୍ଲାକ ଏବଂ ଫରେଷ୍ଟ ଗ୍ରୀନ ରଙ୍ଗରେ ଦିଆଯିବ । ରେଡମିର ଏହି ବଜେଟ୍ ଫୋନରେ Android 13 Go ଏଡିସନ ଅପରେଟିଂ ସିଷ୍ଟମ୍ ରହିବ । ଫୋନର ଅନ୍ୟାନ୍ୟ ଫିଚର ବିଷୟରେ କହିବାକୁ ଗଲେ, ଏହି ଫୋନ୍ ୪GB RAM ଏବଂ ୬୪GB ଇଣ୍ଟରନାଲ ଷ୍ଟୋରେଜ୍ ସହିତ ମଧ୍ୟ ଉପଲବ୍ଧ ହୋଇପାରେ ।

ଲିଷ୍ଟିଂ ଅନୁଯାୟୀ, ଫୋନରେ ୧3MP ପ୍ରାଇମେରୀ ରିୟର କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ରେଡମି ଫୋନରେ ଏକ ୮MP କ୍ୟାମେରା ମିଳିବ । ଫୋନର ବ୍ୟାଟେରୀ ବିଷୟରେ ଡିଟେଲ୍ସ ପ୍ରକାଶ କରାଯାଇ ନାହିଁ । Redmi A2 ପରି, ଏହା ୫୦୦୦mAh ବ୍ୟାଟେରୀ ରହିବ । ଏହା ବ୍ୟତୀତ ଫୋନରେ ୧୦W ୱାୟର୍ଡ USB Type C ଚାର୍ଜିଂ ଫିଚର ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.