ଭିଜିଲାନ୍ସ ଜାଲରେ କଟକ ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ, ଏକାକାଳୀନ ୪ଟି ସ୍ଥାନରେ ଚାଲିଛି ଚଢଉ

କଟକ(କେନ୍ୟୁଜ): ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକ ଜିଲ୍ଲା ଡମପଡା ବ୍ଳକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ଭଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏକାକାଳୀନ ୪ଟି ସ୍ଥାନରେ ଚଢାଉ କରାଯାଉଛି ।

ବାରଙ୍ଗ କହ୍ନେଇପଡାରେ ଥିବା ୩ ମହଲା ଘର, ରାଜକନିକାର ତନେଇପଡାରେ ଥିବା ପୈତୃକ ଘର, ଡମପଡା ବ୍ଳକ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଏହାସହ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ରହୁଥିବା ତାଙ୍କ ଭାଇଙ୍କ ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ । ୪ ଡିଏସପି, ୧୦ ଇନସପେକ୍ଟର ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.