ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ

 ଭୁବନେଶ୍ୱର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ପଟିଆ ଶ୍ରୀବିହାର, ରଘୁନାଥପୁର ଘର ଓ ଅଫିସରେ ଚାଲିଛି ଚଢ଼ାଉ।

ଏହାସହ ଢେଙ୍କାନାଳର ୨ଟି ସ୍ଥାନ, ଅନୁଗୁଳ ଜିଲ୍ଲା କାକୁଡି ସ୍ଥିତ ପୈତୃକ ଗାଁରେ ମଧ୍ଯ କରାଯାଉଛି ଚଢ଼ାଉ। ଏହି ଚଢ଼ାଉରେ ୫ ଜଣ ଡିଏସପି,୧୧ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ସୂଚନା ଥାଉକି ଅଜୟ ମିଶ୍ର ଭୁବନେଶ୍ୱର R&B ଡିଭିଜନ ୪ ରେ କାର୍ଯ୍ୟରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.