ଗଞ୍ଜାମ ଜିଲ୍ଲାରେ ଏମିତି ଚାଲିଛି କରୋନା ସଚେତନତା, ଛାତି ଥରାଇଦେବ ଏହି ଦୃଶ୍ୟ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇଟି ପିକ୍ଅପ ଭ୍ୟାନ୍ ରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କାହା ମୁହଁ ରେ ବି’ ମାସ୍କ ନାହିଁ କିମ୍ବା ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ ନାହିଁ । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିଚାଲିଛି । ଏହାକୁ ନେଇ ସାରା ରାଜ୍ଯ ଚିନ୍ତିତ। କୌଣସି ଗାଁ ରେ ହେଉ କିମ୍ବା ସହରରେ ପଜିଟିଭ ଚିହ୍ନଟ ପରେ କିମ୍ବା ମୃତ୍ୟୁ ହୋଇଯିବା ପରେ ବିଭିନ୍ନ ପ୍ରତିକ୍ରିୟା ମିଳୁଛି ।

ତେବେ ଏହି ଫୋଟ କହୁଛି ଏବେ ବି’ ଲୋକ ସଚେତନ ହେଉନାହାନ୍ତି । କରୋନା ସହିତ ଲଢେଇ ହେବାର ପାଞ୍ଚ ମାସ ହୋଇଗଲାଣି।ଏଥିରେ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏହିପରି ସ୍ଥଳେ କାମଧନ୍ଦା କରିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଜୀବିକା ନିର୍ବାହ କରିବା ପାଇଁ ଯାଇ ଜୀବନକୁ ବାଜି ଲଗାଇବା କଣ ଠିକ୍? ଅପରପକ୍ଷରେ ଯିଏ ଏହି ଗାଡିରେ ଶ୍ରମିକ ମାନଙ୍କୁ ନେଉଛନ୍ତି ସେ’ ମଧ୍ୟ କିପରି ଭୁଲିଗଲେ ବର୍ତ୍ତମାନର ପରିସ୍ଥିତିକୁ । ସଚେତନତା କରାଇବା ଓ ହେବା ସ୍ଲୋଗାନ୍ ଏବେ ପୁରୁଣା ହୋଇଗଲାଣି। ତେଣୁ ଏବେ ସମୟ ଆସିଛି ସୁଧୁରିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.