୭୮ ବର୍ଷ ବୟସରେ ଆଖି ବୁଜିଲେ ବଡଖେମୁଣ୍ଡି ରାଜମାତା, ଦିଗପହଣ୍ଡିରେ କରାଗଲା ଅନ୍ତିମ ସଂସ୍କାର

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ରାଜମାତା ପୁର୍ଣ୍ଣେଶ୍ୱରୀ ଦେବୀଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି ।  ବ୍ରହ୍ମପୁର ସ୍ଥିତ ବଡ଼ଖେମୁଣ୍ଡି ବଙ୍ଗଳାରେ ମୃତ୍ୟୁ ହେବା ପରେ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ଦିଗପହଣ୍ଡି ରାଜବାଟିକୁ ଅଣାଯାଇଥିଲା।

ଏହି ସମୟରେ ରାଜ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷ ଦର୍ଶନ ପାଇଁ ନଗରପାଳ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ସମେତ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ। ଏହାପରେ ରାଜ ଶ୍ମଶାନରେ ଦାହ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.