ରାଜ୍ୟକୁ ପୁଣି ଲେଉଟିଲା ଶୀତ, ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟକୁ ପୁଣି ଲେଉଟିଲା ଶୀତ । କମୁଛି ରାତି ତାପମାତ୍ରା, ବଢୁଛି ଥଣ୍ଡା । ପଶ୍ଚିମା ଝଡର ପ୍ରଭାବରେ ପ୍ରଭାବିତ ହେଉଛି ରାତି ତାପମାତ୍ରା । ଆଗକୁ ଆହୁରି ୩ରୁ ୫ ଡିଗ୍ରୀ ଖସିପାରେ ପାରଦ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଉଛି ।

ଗତ ୨୪ ଘଣ୍ଟାରେ କଟକରେ ୧୦୦ ମିଟର, ଅନୁଗୁଳରେ ୧୦୦ ମିଟର, ବଲାଙ୍ଗୀରରେ ୧୫୦ ମିଟର ଘନକୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ଫୁଲବାଣୀରେ ୨୦୦ ମିଟର, ଭବାନୀପାଟଣା ରେ ୭୦୦ ମିଟର, ବାରିପଦାରେ ୭୦୦ ମିଟର, ସମ୍ବଲପୁରରେ ୮୦୦ ମିଟର ଏବଂ ହୀରାକୁଦରେ ୯୦୦ ମିଟର କୁହୁଡି ଦୃଶ୍ୟମାନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.