ବାଲି ବୋଝେଇ ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା: ଶାଶୁ ମୃତ, ଜ୍ୱାଇଁ ଓ ଡ୍ରାଇଭର ଗୁରୁତର

କରଞ୍ଜିଆ (କେନ୍ୟୁଜ): ଠାକୁରମୁଣ୍ଡାଠାରୁ ୧ କିମି ଦୂର ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତି ପ୍ରାୟ ୮.୨୦ ମିନିଟ ସମୟରେ ଏକ ବାଲି ବୋଝେଇ ଟ୍ରକ ସହିତ ଟାଟା ଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଟାଟା ଏସିରେ ବସି ଯାଉଥିବା ଜଣେ ମହିଳାଙ୍କ ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୨ ବର୍ଷ ନାତି ଗାଡି ଭିତରୁ ଛିଟିକି ପଡି ରାସ୍ତା କଡରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି। ଟାଟା ଏସି ଚାଳକ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ।

ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଡାକ୍ତର ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ମୃତ ମହିଳା ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମର ରାନୁ ମାରାଣ୍ଡି ହୋଇଥିବା ବେଳେ ଗୁରୁତର ଡ୍ରାଇଭର ଜଣକ ତାଙ୍କର ଜୁଆଇ ଗାନ୍ଧୀ ହେମ୍ବ୍ରମ, ଏବଂ ଆହତ ଶିଶୁ ଜଣକ ଡ୍ରାଇଭର ଗାନ୍ଧୀ ଙ୍କ ୨ ବର୍ଷ ର ପୁଅ ବୋଲି ଜଣା ପଡିଛି।ପୁଅ ସାମାନ୍ୟ ଆହତ ହୋଈ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ ଓଡ଼ି ୧୧ ଏ ୪୦୧୮ ନମ୍ବର ବିଶିଷ୍ଟ ହାଇଓ୍ବା ବାଲି ବୋଝେଇ କରି ଆନନ୍ଦପୁର ରୁ ଠାକୁରମୁଣ୍ଡା ଆସୁଥିବା ବେଳେ ଚକୁଳିଆ ଗ୍ରାମରୁ ପତ୍ରତୋଳା ଗ୍ରାମକୁ ଟାଟା ଏସି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ବାଲି ଟ୍ରକ ର ଡ୍ରାଇଭର ଫେରାର ହୋଇଯାଇଥିବା ର ଜଣାପଡ଼ିଛି।ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଥାନା ପୋଲିସ ଗାଡି ଦୁଈଟି କୁ ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.