ବାଙ୍କୀ ଗୋଳାଗଣ୍ଡ ପଞ୍ଚାୟତର ରଜୀବ ଗ୍ରାମକୁ ମିନି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତିନି ଦିନ ତଳେ ସୁବର୍ଣ୍ଣପୁର ପଞ୍ଚାୟତରେ ୧୭ ସଂକ୍ରମିତ ଚିହ୍ନଟ ହେବାପରେ ପଞ୍ଚାୟତର ଦୁଇଟି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା ।

ଏବେ ଗୋଳାଗଣ୍ଡ ପଞ୍ଚାୟତର ରଜୀବ ଗ୍ରାମରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ପଞ୍ଚାୟତର ୧୦ ନମ୍ବର ୱାର୍ଡରୁ ୧୪ ନମ୍ବର ୱାର୍ଡ ପର୍ଯ୍ୟନ୍ତ ରଜୀବ ଗ୍ରାମକୁ ମିନି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏହାପରେ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.