Below header

ଭିଜିଲାନ୍ସ ଜାଲରେ ବରଗଡ଼ DSWO ଇନଚାର୍ଜ, ଚଢାଉ ବେଳେ ଘରୁ ପୁଳା ପୁଳା ଟଙ୍କା ଜବତ

ବରଗଡ଼(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ DSWO ପ୍ରୋଗ୍ରାମ ଅଫିସର । ବରଗଡ଼ DSWO ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସ୍ଥିତ ବାସଭବନ ଓ ବରଗଡ଼ ଅଫିସରେ ଏକକାଳୀନ ରେଡ୍‌ ଚାଲିଛି। ଚଢାଉ ବେଳେ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି।

ବାହାରିଲାଣି ୩ଲକ୍ଷ ୫୪ହଜାର ୪୨୦ଟଙ୍କା। ଚଢ଼ାଉରେ ଜଣେ DSP, ୩ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ବରପାଲିରେ ଦୁଇ ମହଲା କୋଠା, ଦୁଇଟି ପ୍ଲଟ, ଦୁଇଟି ଚାରିଚକିଆ ଗାଡି ଓ ସୁନା ଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.