ବଦଳିପାରେ ଯମୁନା ଏକ୍ସପ୍ରେସ ୱେର ନାମ ! ଦେଶର ସବୁଠାରୁ ବଡ ଏୟାରପୋର୍ଟର ଭୂମି ପୂଜନ ସମୟରେ ହୋଇପାରେ ଘୋଷଣା

ଉତ୍ତରପ୍ରଦେଶ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ବଦଳିବା ନେଇ ବିଚାର ବିମର୍ଷ ଆରମ୍ଭ କରିଦେଇଛନ୍ତି । ଖବର ମୁତାବକ, ଏହାର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇପାରେ । କୁହାଯାଉଛି କି, ଜେବର ଏୟାରପୋର୍ଟର ଭୂମି ପୂଜନ ସମୟରେ ଏହାର ଘୋଷଣା ହୋଇପାରେ।

ଆସନ୍ତା ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେବର ଆସୁଛନ୍ତି । ସେଠାରେ ସେ ଦେଶର ସବୁଠାରୁ ବଡ଼ ଏୟାରପୋର୍ଟର ଭୂମି ପୂଜନ କରିବା ସହ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି କି, ଏହି ରାଲି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯମୁନା ଏକ୍ସପ୍ରେସ ୱେର ନୂଆ ନାମ ଘୋଷଣା ହୋଇପାରେ।

ବିଜେପିର କେତେକ ବରିଷ୍ଠ ନେତା ଏହି ଖବର ଉପରେ ନିଜ ମତ ରଖିଛନ୍ତି। ସେମାନେ କହିଛନ୍ତି କି, ଏହା ଏଥିପାଇଁ କରାଯାଉଛି କି ଯେପରି ଭାରତର ସବୁଠାରୁ ମହାନ ଏବଂ ଲୋକପ୍ରିୟ ନେତାଙ୍କୁ ଉଚିତ୍‌ ସମ୍ମାନ ଦିଆଯାଇପାରିବ। ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରତ୍ୟେକ ଦଳର ନେତା ଭଲ ପାଆନ୍ତି। ବିଶେଷ କରି ଆଗାମୀ ପିଢି ତାଙ୍କ ମହାନତା ବିଷୟରେ ଜାଣିବାକୁ ପାଇବେ। କିନ୍ତୁ ଏହାର ନାମ ପରିବର୍ତ୍ତନ ହେବ ନାହିଁ ତାହାକୁ ନେଇ କିଛି ସ୍ପଷ୍ଟୋକ୍ତି ହୋଇନାହିଁ। ତଥାପି ଏଠାରେ ବିଜେପି ଅନେକ ଯୋଜନା ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଆରମ୍ଭ କରିସାରିଛି। ତେଣୁ ଯମୁନା ଏକ୍ସପ୍ରେସ େଓ୍ଵର ନାମ ପରିବର୍ତ୍ତନ କରି ବାଜପେୟୀଙ୍କୁ ସମ୍ମାନ ଦେବାକୁ ଚେଷ୍ଟା କରୁଛି।

ୟୁପିରେ ନିର୍ବାଚନ ତାରିଖ ପାଖେଇ ଆସୁଛି। ଏଠାରେ ବ୍ରାହ୍ମଣ ଭୋଟ ବହୁତ ଅଧିକ। ଏମିତିରେ ଯମୁନା ଏକ୍ସପ୍ରେସ ୱେର ନାମ ବଦଳିବା ପଛରେ ବିଜେପିର ଆଗାମୀ ନିର୍ବାଚନ ପାଇଁ ଋଣନୀତି ରହିବ। ୨୫ ନଭେମ୍ବରରେ ମୋଦି ଦେଶର ସବୁଠାରୁ ବଡ ଏୟାରପୋର୍ଟର ଭୂମି ପୂଜନ କରିବାକୁ ଯାଉଛନ୍ତି। ଏଥିରେ ପାଖାପାଖି ଅଢେଇ ଲକ୍ଷ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.