Below header

ବାରିପଦାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି,ନବୀନଙ୍କ ପ୍ରତି ରହିଲେ ନିରବ

ମୋଦିଙ୍କ ବାରିପଦା ଗସ୍ତ ସରିଛି। ଖୋର୍ଦ୍ଧା ଭଳି ଏଠାରେ ମଧ୍ୟ ନବୀନ ଓ ବିଜେଡିକୁ ନେଇ ନିରବ ରହିଥିଲେ ମୋଦି। ତେବେ ଆଜି କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ। ମଧ୍ୟପ୍ରଦେଶର ବନ୍ଦେ ମାତରମ୍ ପ୍ରସଙ୍ଗରେ କଂଗ୍ରେସକୁ ହମଲା କଲେ। ଏହାସହ ଉଠିଥିଲା ରାଫେଲ ଓ ଅଗସ୍ତାୱେଷ୍ଟଲାଣ୍ଡ ପ୍ରସଙ୍ଗ। ମୋଦି କହିଥିଲେ ଚୋରମାନେ ଚୌକିଦାରଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ନବୀନ ଓ ବିଜେଡି ବିଷୟରେ କହି ନଥିଲେ ମଧ୍ୟ, ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ। ପିପିଲି ଗଣଦୁଷ୍କର୍ମ ଘଟଣାରେ ମୋଦି କହଥିଲେ, ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଏ ଘଟଣାରେ ସରକାର ପୁନଃ ଯାଞ୍ଚ କରିବା ଆବଶ୍ୟକ ବୋଲି କହିଥିଲେ ମୋଦି। ଏହି ସଭାରେ ମୋଦି କଂଗ୍ରେସକୁ ଯେଉଁ ଭଳି ପ୍ରହାର କଲେ, ସେ ତୁଳନାରେ ବିଜେଡି ପ୍ରତି କେବଳ ପରୋକ୍ଷରେ ସମାଲୋଚନା କଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.