ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ SDJMଙ୍କ ନିର୍ଦ୍ଦେଶ, ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ

କଟକ(କେନ୍ୟୁଜ୍): ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ? ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍ କୋର୍ଟ ।
ପ୍ରତି ମାସରେ ରହଣି ପାଇଁ ବର୍ଷାକୁ ମାସିକ ୩୦ ହଜାର ଦେବେ ଅନୁଭବ । ପ୍ରତି ମାସର ୧୦ ତାରିଖ କିମ୍ବା ତା’ପୂର୍ବରୁ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ । ତାଙ୍କ ପିଟିସନକୁ ଗ୍ରହଣ କରିଛନ୍ତି କୋର୍ଟ ।