ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଖସି ପଡିଲା ଭାଲୁ

ଯାଜପୁର(କେନ୍ୟୁଜ୍): କୂଅ ଭିତରେ ଭାଲୁ। ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଖସି ପଡିଲା ଭାଲୁ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗାଁରେ । ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଗାଁର ରାଘବ ମହାନ୍ତିଙ୍କ ବାଡ଼ିରେ ଥିବା କୂଅରେ ଖସି ପଡିଥିଲା ଭାଲୁ।

ରାଘବ ମହାନ୍ତିଙ୍କ ଘର ଲୋକ କୂଅରେ ଭାଲୁ ପଡିଥିବା ଦେଖି ସୁକିନ୍ଦା ବନ ବିଭାଗକୁ ସୂଚନା ଦେଇଥିଲେ । ବର୍ତ୍ତମାନ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗାଁରେ ପହଞ୍ଚି ଭାଲୁ ଉଦ୍ଧାର ପାଇଁ ସ୍ଥାନୀୟ ବନ ବିଭାଗ କର୍ମଚାରୀ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.