ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଶ୍ରମିକ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ଗ୍ୟାସ୍ ଭରିବା ସମୟରେ ଫାଟିଲା ସିଲିଣ୍ଡର। କ୍ରସରରେ ସିଲିଣ୍ଡର ଫାଟି ତିନି ଶ୍ରମିକ ଗୁରୁତର। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ ଏହି ଘଟଣା ଘଟିଛି। ଭୂତିଆରବାହାଲ ଗାଁର ଏକ କ୍ରସରରେ ଶ୍ରମିକ ମାନେ କାମ କରୁଥିବା ସମୟରେ, ନାଇଟ୍ରୋଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ତିନିଜଣ ଶ୍ରମିକ ପୋଡି ହୋଇ ଯାଇଥିଲେ ।
ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଛି। ଗୁରୁତର ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। ତିନିଜଣଙ୍କ ନାଁ ହେଉଛି ବିକାଶ କୁମାର,ବାପି ବାଗଡି ଓ ରାଜୀବ ବାଗଡି ।