ରେଢ଼ାଖୋଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

ରେଢ଼ାଖୋଲ ଉପଖଣ୍ଡ  କିସିଣ୍ଡା ରାସ୍ତାର ବାଲିକିଆରୀ ଗ୍ରାମ ବଲାଟ ଛକ ରାସ୍ତା କଡ଼ରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ରେଢାଖୋଲ : ରେଢ଼ାଖୋଲ ଉପଖଣ୍ଡ  କିସିଣ୍ଡା ରାସ୍ତାର ବାଲିକିଆରୀ ଗ୍ରାମ ବଲାଟ ଛକ ରାସ୍ତା କଡ଼ରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ରେଢ଼ାଖୋଲରୁ କିସିଣ୍ଡା ଅଞ୍ଚଳକୁ ରାସ୍ତା କଡ଼ରେ ଯାଇଥିବା ବିଦ୍ୟୁତ ତାର ବାଲିକିଆରୀ ଗ୍ରାମ ନିକଟରେ ଝଡ ତୋଫାନ ଯୋଗୁଁ ବିଦ୍ୟୁତ ତାର ଉପରେ ଗଛ ମାଡ଼ି ବସିବାରୁ ବିଦ୍ୟୁତ ତାର ଛିଣ୍ଡି ତଳେ ପଡ଼ିଥିଲା।

ଫଳରେ ଭାଲୁଟି ଉକ୍ତ ରାସ୍ତାରେ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି ।  ଖବର ପାଇ ଘଟଣାସ୍ଥଳରେ ରେଢ଼ାଖୋଲ ବନବିଭାଗ ଅଧିକାରୀ ଅରବିନ୍ଦମହାନ୍ତି ,ନାକଟିଦେଉଳ ପ୍ରାଣୀ ଚିକିତ୍ସାକଙ୍କ ସମେତ ବନ କର୍ମଚାରୀ, ବିଜୁଳି ବିଭାଗ କର୍ମଚାରୀମାନେ ପହଞ୍ଚି ଭାଲୁର ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।  ବନ କର୍ମଚାରୀ ଭାଲୁର ଶବ ବ୍ୟବଚ୍ଛେଦ କରି ଉକ୍ତ ସ୍ଥାନରେ ପୋତି ଦେଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.