ଦୁଇ ଜଣ ନକଲି ଆରଟିଓ ଗିରଫ, ପ୍ରିଣ୍ଟର, ଲାପଟପ ପରିବହନ ବିଭାଗର ରସିଦ ଜବତ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ଚଢଉ କରି ଦୁଇ ଜଣ ନକଲି ଆରଟିଓଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ |

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ଚଢଉ କରି ଦୁଇ ଜଣ ନକଲି ଆରଟିଓଙ୍କୁ ଗିରଫ କରିଛି ଜଳେଶ୍ବର ପୋଲିସ | ବିଭିନ୍ନ ଗାଡିର ଡ୍ରାଇଭରମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା |

ଏନେଇ ବାଲେଶ୍ବର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଲକ୍ଷ୍ଣଣନାଥ ଟୋଲଗେଟ ନିକଟରେ ଚଢଉ କରି ଦୁଇ ଜଣ ନକଲି ଆରଟିଓଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରିଣ୍ଟର, ଲାପଟପ, ମୋବାଇଲ, ପରିବହନ ବିଭାଗର ରସିଦ ସମେତ ବିଭିନ୍ନ ଦଲୀଲ ଜବତ କରିଛି ପୋଲିସ | ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ଯରୁ ଜଣକ ଘର ଝାଡଖଣ୍ତ ଅଞ୍ଚଳର ହୋଇଥିବା ବେଳେ ଅନ୍ଯ ଜଣକ ଘର ଜଳେଶ୍ବର ଅଞ୍ଚଳର ବୋଲି ଜଣାପଡିଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.