ରିୟାଲିଟି ସୋ ‘ଡ୍ୟାନ୍ସ ଦିୱାନେ’ରେ ୩୭ ବର୍ଷ ପରେ ଗୋବିନ୍ଦା ପୁଣି ସ୍ତ୍ରୀ ସୁନୀତାଙ୍କୁ କଲେ ବିବାହ, ଭାଇରାଲ ହେଉଛି ଫଟୋ

ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁ ଗୋବିନ୍ଦା ସମସ୍ତଙ୍କ ମନ ଜିତିଥାନ୍ତି । ବର୍ତ୍ତମାନ ଏହି ଅଭିନେତା ଏପରି କିଛି କରଛନ୍ତି ଯାହା ଦ୍ୱାରା ଲୋକମାନଙ୍କର ସମସ୍ତ ଧ୍ୟାନ ତାଙ୍କ ଆଡକୁ ଯାଇଛି । ବାସ୍ତବରେ ଅଭିନେତା ତାଙ୍କ ବିବାହର ୩୭ ବର୍ଷ ପରେ ପୁଣି ଥରେ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ ବିବାହ କରିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁ ଗୋବିନ୍ଦା ସମସ୍ତଙ୍କ ମନ ଜିତିଥାନ୍ତି । କିନ୍ତୁ ଏବେ ଏହି ଅଭିନେତା ଫିଲ୍ମ ସ୍କ୍ରିନରୁ ଦୂରରେ ରହିଛନ୍ତି, ହେଲେ ବେଳେବେଳେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥାଏ । ତେବେ ଏବେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ଏବଂ ବହୁତ ଭଲ ପାଇବା ଦେଇଥାନ୍ତି । ବବର୍ତ୍ତମାନ ଏହି ଅଭିନେତା ଏପରି କିଛି କରଛନ୍ତି ଯାହା ଦ୍ୱାରା ଲୋକମାନଙ୍କର ସମସ୍ତ ଧ୍ୟାନ ତାଙ୍କ ଆଡକୁ ଯାଇଛି । ବାସ୍ତବରେ ଅଭିନେତା ତାଙ୍କ ବିବାହର ୩୭ ବର୍ଷ ପରେ ପୁଣି ଥରେ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ ବିବାହ କରିଛନ୍ତି, ଯାହା ମଧ୍ୟ ଟିଭିର ଛୋଟ ପରଦାରେ । ଏହା ସହ ମାଧୁରୀ ଦୀକ୍ଷିତ ଏବଂ ସୁନୀଲ ଶେଟ୍ଟୀ ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ମଧ୍ୟ ରହିଛନ୍ତି ।

ତେବେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ଡ୍ୟାନ୍ସ ରିଅଲିଟି ସୋ ‘ଡ୍ୟାନ୍ସ ଦିୱାନେ’ର ସେଟରେ ପହଞ୍ଚିଥିଲେ । ସେ ଗେଷ୍ଟ ଭାବରେ ସୋ’ର ଏକ ସ୍ୱତନ୍ତ୍ର ଏପିସୋଡର ଏକ ଅଂଶ ଦେଇଥିଲେ । ଏହି ସମୟରେ ସେ ପୁନର୍ବାର ବିବାହ କରିଥିଲେ, ଏକ ନୂଆ ଝିଅଙ୍କୁ ନୁହେଁ ବରଂ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ମାଧୁରୀ ଦୀକ୍ଷିତ ଗୋବିନ୍ଦାଙ୍କୁ କହିଛନ୍ତି ଯେ ସେମାନେ କେବେ ବିବାହ କରିଥିଲେ, ତାହା ମଧ୍ୟ ସେ ଜାଣି ନଥିଲେ । ଏହି କଥାକୁ ନେଇ ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା କହିଛନ୍ତି ଯେ ତାଙ୍କର କୌଣସି ବିବାହ ଫଟୋ ମଧ୍ୟ ନାହିଁ । ତେବେ ଏହାର ଜବାବରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ କୌଣସି ଫଟୋ ନାହିଁ, କିନ୍ତୁ ଆପଣଙ୍କୁ ସୁନ୍ଦର ପରିବାର ଅଛି । ଏପରି ଅନେକ କଥା ଏହି ଭିଡିଓ ଜରିଆରେ ଶୁଣିବାକୁ ମିଳିଥିଲା । ଏପରି ଅନେକ କଥାବାର୍ତ୍ତା ସରିବା ପାରେ ସୁନୀଲ ଶେଟ୍ଟୀ ଏବଂ ମାଧୁରୀ ଫୁଲମାଳ ଆଣି, ଗୋବିନ୍ଦା ଏବଂ ସୁନୀତାଙ୍କର ପରସ୍ପର ସହ ବିବାହ କରାଇଥିଲେ ।

ତେବେ ଏପରି ଭାବେ ‘ଡ୍ୟାନ୍ସ ଦିୱାନେ’ର ସେଟ୍‌ରେ ଏହି ଦୁଇ ଦମ୍ପତିଙ୍କର ବିବାହ ପୁଣିଥରେ କରାଯାଇଥିଲା । ଏହି ଅବସରରେ ସମସ୍ତେ ସେଟରେ ବହୁତ ଖୁସି ହୋଇଥିଲେ । ଏହି ସମୟରେ ଗୋବିନ୍ଦା ଏବଂ ସୁନୀତା ମ୍ୟାଚିଂ କପଡାରେ ନଜର ଆସିଥିଲେ । ଗୋବିନ୍ଦା ପିଙ୍କ୍‌ ଶିମରି କୁର୍ତ୍ତା ପାଇଜାମା ପିନ୍ଧିଥିବାବେଳେ ସୁନୀତାଙ୍କୁ ଭାରୀ ପିଙ୍କ୍‌ ଲେହେଙ୍ଗାରେ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ବହୁତ ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିବାହ ସମ୍ପୂର୍ଣ୍ଣ ହେବା, ପରେ ଦୁଇଜଣଙ୍କୁ ବହୁତ ଖୁସି ହେଉଥିବାର ଦେଖିବାକୁ ମିଳିଥିଲା । ସେମାନେ ଏତେ ଖୁସି ହୋଇଥିଲେ ଯେ ପରସ୍ପରକୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ନଜର ଆସିଥିଲେ ।

ସୂଚନା ମୁତାବକ, ବହୁ ବର୍ଷ ପୂର୍ବେ ଏକ ଇଣ୍ଟର ଭ୍ୟୁ ବେଳେ ଗୋବିନ୍ଦା କହିଥିଲେ ଯେ ସେ ମାମୁଁଙ୍କ ବିବାହରେ ପ୍ରଥମ ଥର ପାଇଁ ସୁନୀତାଙ୍କୁ ଭେଟିଥିଲେ । ଗୋବିନ୍ଦାଙ୍କ ମାମୁଁ ଏବଂ ସୁନୀତାଙ୍କ ଭଉଣୀ ବିବାହ କରିଥିଲେ । ଏଠାରୁ ହିଁ ଦୁହେଁ ଲଭ ଷ୍ଟୋରି ଆରମ୍ଭ ହୋଇଥିଲା ଏବଂ ପରେ ବିବାହ କରିଥିଲେ, କିନ୍ତୁ ବିବାହ ପରେ ସେମାନଙ୍କର ବହୁତ ସମୟ ଟେନସନରେ କଟିଥିଲା । ଏପରି ମଧ୍ୟ ଗୋବିନ୍ଦା ଏବଂ ସୁନୀତା କହିଥିଲେ ଯେ ସେମାନଙ୍କ ମଧ୍ୟରେ ବହୁତ ଝଗଡା ହେଉଥିଲା । କିନ୍ତୁ ଏବେ ସେମାନେ ବହୁତ ଖୁସିରେ ରହୁଛନ୍ତି ଏବଂ ଦୁଇଜଣଙ୍କ ମଧ୍ୟରେ ସବୁ କିଛି ଠିକ୍‌ ରହିଛି । ଏହା ସହ ସେମାନେ ଏପରି ସବୁ ବେଳେ ଖୁସିରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.