ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ଵାଲଙ୍କୁ ଝଟ୍‌କା, ଗିରଫଦାରୀରୁ ସୁରକ୍ଷା ଆବେଦନ ଖାରଜ

ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । କୋର୍ଟ ଗୁରୁବାର କହିଛନ୍ତି ଯେ ଗିରଫଦାରୀରୁ ତାଙ୍କୁ ସୁରକ୍ଷା ନାହିଁ ।

ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । କୋର୍ଟ ଗୁରୁବାର କହିଛନ୍ତି ଯେ ଗିରଫଦାରୀରୁ ତାଙ୍କୁ ସୁରକ୍ଷା ନାହିଁ । ସୂଚନାଥାଉ କି, ଇଡିର ବାରମ୍ବାର ସମନ ଜାରି ସତ୍ତ୍ୱେ କେଜ୍ରିୱାଲ ପଚରାଉଚରା ପାଇଁ ଆସୁ ନ ଥିଲେ । ସେ କୋର୍ଟଙ୍କଠାରୁ ଆଶ୍ୱସନା ମାଗିଥିଲେ ଯେ ଯଦି ସେ ପଚରାଉଚରା ପାଇଁ ଯାଆନ୍ତି, ତେବେ ତାଙ୍କୁ ଗିରଫ କରାଯିବ ନାହିଁ ।

କିନ୍ତୁ କୋର୍ଟ ଏହା ଉପରେ କହିଛନ୍ତି ଯେ ସମନର ଜବାବରେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବାକୁ ପଡ଼ିବ, ତାଙ୍କ ଗିରଫଦାରୀ ଉପରେ କୌଣସି ରୋକ୍‌ ନାହିଁ ।

କହି ରଖୁଛୁ କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇଡି ତାଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ ସମନ ଜାରି କରିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ ଥର ସମନ ପଠାଇଥିବା ବେଳେ କେଜ୍ରିୱାଲ କିନ୍ତୁ ଥରେ ବି ହାଜର ହୋଇନାହାନ୍ତି ।

କେଜ୍ରିୱାଲ ତାଙ୍କ ପିଟିସନରେ କହିଥିଲେ ଯେ ମୁଁ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ମୋର ଦାବି ଯେ ଇଡି ମୋତେ ଗିରଫ ନ କରୁ ।

ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଗତ ବୁଧବାର କେଜ୍ରିୱାଲଙ୍କୁ ପଚାରିଥିଲା ଯେ ସେ ପଚରାଉଚରା ପାଇଁ ଇଡିରେ କାହିଁକି ହାଜର ହେଉନାହାନ୍ତି ? ତେବେ କେଜ୍ରିୱାଲଙ୍କ ଓକିଲ କହିଥିଲେ, ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.