ଦିନ ଗଡୁଛି, ସସପେନ୍ସ ବଢୁଛି: ମୃତ୍ୟୁ ପୂର୍ବରୁ ଫ୍ୟାମିଲି ଗ୍ରୁପରେ ବାଏ ଲେଖିଥିଲେ ରାଇମୋହନ, ୧୧ଟା ୫୭ ମିନିଟ୍‌ରେ ସ୍ତ୍ରୀଙ୍କୁ କରିଥିଲେ ଶେଷ କଲ୍

ଭୁବନେଶ୍ୱର(କେନ୍ୟୁଜ): ଦିନ ଗଡୁଛି, ସସପେନ୍ସ ବଢୁଛି । କାହିଁକି ଆତ୍ମହତ୍ୟା କଲେ ରାଇମୋହନ ପରିଡ଼ା ? ଏବେ ବି ହଟିନି ପରଦା । ଖିଅ ଖୋଜୁଛି କମିଶନରେଟ ପୋଲିସ । ମୋବାଇଲ ଫୋନ ଖୋଲିବ ରାଇମୋହନଙ୍କ ରହସ୍ୟ । ଅଧିକ ତଦନ୍ତ ଚଳାଇଛି ମଞ୍ଚେଶ୍ୱର ଥାନା ପୋଲିସ । ଉଭୟ ଆତ୍ମହତ୍ୟା ଓ ହତ୍ୟା ଦିଗକୁ ଖୋଳତାଡ଼ କରୁଛି । ରାଇମୋହନ ଓ ପରିବାର ଲୋକଙ୍କର CDR ଅନାଲିସିସ କରୁଛି ପୋଲିସ ।

ତାଙ୍କ ସମ୍ପର୍କୀୟ, ପଡ଼ୋଶୀଙ୍କ ବୟାନ ରେକର୍ଡ ହେବ । ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯିବ । ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଗତ ୨୪ ତାରିଖରେ ମୃତ୍ୟୁ ପୂର୍ବରୁ ରାଇମୋହନ ପତ୍ନୀଙ୍କୁ ଦିନ ୧୧ଟା ୫୭ ମିନିଟ୍‌ରେ ଶେଷ ଥର ଫୋନ କଲ୍‌ କରିଥିଲେ । ଏହାପୂର୍ବରୁ ଦିନ ୧୧ଟା ୧୮ରେ ଫ୍ୟାମିଲି ଗ୍ରୁପରେ ବାଏ ମେସେଜ ଦେଇଥିଲେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.