ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ: ଏହି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜଧାନୀରେ ହେଉଛି ଡହ ଡହ ଖରା

ଭୁବନେଶ୍ୱର(କେନ୍ୟୁଜ): ଆସନ୍ତା ୩୦ ଯାଏଁ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି ।

ଆଜି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବର୍ଷା ସମ୍ଭାବନା ରହିଛି । ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣି ଜାରି କରାଯାଇଛି ।

ଏପଟେ ରାଜଧାନୀରେ କିନ୍ତୁ ଡହ ଡହ ଖରା। କେତେବେଳେ ପାଗ ମେଘୁଆ ହୋଇଆସୁଥିଲେ ବି ପୁଣି ହଠାତ୍ ଖରା ହେଉଛି।  ଏମିତି ଲୁଚକାଳି ଖେଳୁଛି ମୌସୁମୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.